jayashree

ଲଗାଣ ବର୍ଷାରେ ବେହାଲ ନବରଙ୍ଗପୁର

ନବରଙ୍ଗପୁର, (କେପିଏନ୍‌ଏସ୍‌) : ନବରଙ୍ଗପୁରରେ ଲଗାଣ ବର୍ଷା, ବିଭିନ୍ନ ନଦୀ ଓ ନାଳ ଫୁଲିଉଠିଛି । ଗୋଟିଏ ରାତିର ଲଗାଣ ବର୍ଷାରେ ନବରଙ୍ଗପୁର ଜିଲ୍ଲାରେ ବିଭିନ୍ନ ନଦୀ ଓ ନାଳ ଫୁଲିଉଠିଛି । ଖାତିଗୁଡ଼ାର ସିନ୍ଧୀ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ଦେଓପାଲି ଓ ଖାତିଗୁଡା ଯୋଗାଯୋଗ ବିଛିନ୍ନ, ଦହଣା ନିକଟସ୍ଥ ନାଳରେ ମଧ୍ୟ ପାଣି ପୋଲ ଉପରେ ଚାଲୁଛି, ତେଣୁ ନନ୍ଦାହାଣ୍ଡି ଓ ଦହଣା ଯୋଗାଯୋଗ ବିଛିନ୍ନ । ସେହିପରି ନବରଙ୍ଗପୁର ସହର ନିକଟରେ ୨୬ ନମ୍ବର ଜାତୀୟ ରାଜପଥ ଉପରେ ପାଣି ଚାଲୁଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ଆଶଙ୍କା ଦେଖାଦେଇଛି । ବର୍ଷା ଜାରି ରହିଲେ ପରିସ୍ଥିତି ଆହୁରି ଗମ୍ଭୀର ହେବାର ଆଶଙ୍କା ରହିଛି ।

Leave A Reply

Your email address will not be published.