jayashree

ଜିଜ୍ଞାସା ତ୍ୟାଗ, ତପସ୍ୟା ଓ ସଫଳତାର ଅନନ୍ୟ ଉଦାହରଣ ଥିଲେ ବୈଦିକବିଦ୍ୱାନ ସ୍ୱର୍ଗତ ପଣ୍ଡିତ ଡ. ଦେବବ୍ରତ ଆଚାର୍ଯ୍ୟ

  • ପ୍ରଥମ ପୁଣ୍ୟତିଥିରେ ମତ ପ୍ରକାଶ

ବରଗଡ଼, (କେପିଏନ୍‌ଏସ୍‌) : ଗୋଡଭଗା ଘୁଡୁକା ଟିକ୍ରା ପ୍ରଭୁ ଭକ୍ତି ଆଶ୍ରମ ପରିସରରେ ଆର୍ଯ୍ୟଜଗତର ଅଦ୍ୱିତୀୟ ବୈଦିକ ବିଦ୍ୱାନ ପଣ୍ଡିତ ଡ. ଦେବବ୍ରତ ଆଚାର୍ଯ୍ୟଙ୍କ ପ୍ରଥମ ପୁଣ୍ୟ ତିଥିରେ ବିଶିଷ୍ଟ ବକ୍ତାଗଣ ଯୋଗଦେଇ ସ୍ୱର୍ଗତ ପଣ୍ଡିତ ଡ. ଦେବବ୍ରତ ଆଚାର୍ଯ୍ୟ ଓଡ଼ିଶାର ଅଦ୍ୱିତୀୟ ବୈଦିକ ବିଦ୍ୱାନ ଥିଲେ ବୋଲି ଅଭିହିତ କରି ଜିଜ୍ଞାସା ତ୍ୟାଗ ଓ ତପସ୍ୟା ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଥିଲା । ସେ ମାନବ ଜାତି ପାଇଁ ଅନନ୍ୟ ଉଦାହରଣ ଥିଲେ ବୋଲି ଉଲ୍ଲେଖ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପଶ୍ଚିମ ଓଡ଼ିଶା ଆର୍ଯ୍ୟ ସମାଜ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉତ୍କଳ ଆର୍ଯ୍ୟ ପ୍ରତିନିଧି ସଭାର ଅଧ୍ୟକ୍ଷ ସ୍ୱାମୀ ବ୍ରତାନନ୍ଦ୍ ସରସ୍ଵତୀ ଅଧ୍ୟକ୍ଷତା କରିଥିବା ବେଳେ ପଶ୍ଚିମ ଓଡ଼ିଶା ଆର୍ଯ୍ୟ ସମାଜର ଅଧ୍ୟକ୍ଷ ଆଚାର୍ଯ୍ୟ ବୃହସ୍ପତି ଶାସ୍ତ୍ରୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ପଶ୍ଚିମ ଓଡ଼ିଶା ଆର୍ଯ୍ୟ ସମାଜର ମହାମନ୍ତ୍ରୀ ପଣ୍ଡିତ ଧନୁର୍ଦ୍ଧର ମହାପାତ୍ର । ସ୍ଵାମୀ ଭାଗବତାନନ୍ଦ ସରସ୍ଵତୀ, ସ୍ଵାମୀ ବିଶୁଦ୍ଧାନନ୍ଦ ସରସ୍ଵତୀ, ସୋମ ବେଶ ଜୀ, ସଂଗଠନ ସଂପାଦକ ଶିବ ପ୍ରସାଦ ପାତ୍ର, ପଣ୍ଡିତ ଗୋପବନ୍ଧୁ ପୁରୋହିତ, ଆରତୀ ଆର୍ଯ୍ୟା, ଆଚାର୍ଯ୍ୟଙ୍କ ପ୍ରିୟ ଶିଷ୍ୟଶିଷ୍ୟା କେଶବ ମେହେର, ପ୍ରଜ୍ଞା ମେହେର ଓ ଅନ୍ୟାନ୍ୟ ଶିଷ୍ୟଶିଷ୍ୟା ତଥା ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ରହିଥିବା ବେଳେ ପଶ୍ଚିମ ଓଡ଼ିଶାର ୧୦୦ରୁ ଅଧିକ ଆର୍ଯ୍ୟ ସମାଜ ସଂଗଠନର ସଭାପତି, ସମ୍ପାଦକ ଓ ସଦସ୍ୟସଦସ୍ୟା ବୃନ୍ଦ ଯୋଗଦେଇ ସ୍ୱର୍ଗତ ପଣ୍ଡିତ ଡ. ଦେବବ୍ରତ ଆଚାର୍ଯ୍ୟଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସ୍ମୃତି ଚାରଣ କରିଥିଲେ । ସମ୍ପାଦକ ଶ୍ରୀମାନ ରାଜ୍ କୁମାର ବରାଡ କୃତଜ୍ଞତା ଜ୍ଞାପନ ପୂର୍ବକ ଧନ୍ୟବାଦ୍ ଅର୍ପଣ କରିଥିଲେ । ଶେଷରେ ଶାନ୍ତି ପାଠ କରି ସଭାପତି ସଭାସାଙ୍ଗ କରିଥିଲେ ।

Leave A Reply

Your email address will not be published.