
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠକୁ ଗସ୍ତ କରି ନୃସିଂହନାଥ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ମନ୍ତ୍ରୀ ପାଇକମାଲ ପହଞ୍ଚିବା ପରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଓ ସ୍ଥାନୀୟ ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ନୃସିଂହନାଥ ପୀଠରେ ପହଞ୍ଚିଥିଲେ । ସେଠାରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ଏହାପରେ ସେ ମନ୍ଦିରକୁ ଯାଇ ନୃସିଂହ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ପୀଠର ଶାନ୍ତି ଓ ପବିତ୍ର ପରିବେଶରେ କିଛି ସମୟ ବିତାଇଥିଲେ । ଦର୍ଶନ ପରେ ମନ୍ତ୍ରୀ ଦଳୀୟ କର୍ମୀ ଓ ସ୍ଥାନୀୟ ନେତାମାନଙ୍କ ସହ କିଛି ସମୟ ଆଲୋଚନା କରିଥିଲେ । ପରେ ସେ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ଅବସରରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ସମେତ ଗୋବର୍ଦ୍ଧନ ଅଗ୍ରୱାଲ, ସରୋଜ ସାମଲ, ରାଜକିଶୋର ସାହୁ, ସୁରେନ୍ଦ୍ର ପ୍ରତାପ ସିଂ ବରିହା, କୈଳାସ ଦିଶ୍ରୀ, ରୋଶନ ପାଣିଗ୍ରାହୀ, ଗୁଣ ନାଗ, ହାଡୁ ସାହୁ, ବଳରାମ ସାହୁ, ମନୋଜ କୁମାର, ତିଳକ ରଣା, ପର୍ଶୁରାମ ନାଏକ, ମାଧବ ପାଣିଗ୍ରାହୀ, ଦିଲ୍ଲୀପ ବେହେରା, ପରମାନନ୍ଦ ସାହୁ, ସୁନିତା ସାହୁ, ପୀତବାସ ସାହୁ, ମହମ୍ମଦ ଆଜମ ଖାଁ ତଥା ବହୁ ବିଜେପି ନେତା ଓ କର୍ମୀ ଉପସ୍ଥିତ ଥିଲେ ।