jayashree

ଏନ୍‌ଆଇଟି ରାଉରକେଲାରେ ବିଶ୍ୱ ଉଦ୍ୟୋଗ ଦିବସ ୨୦୨୬ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଏନ୍‌ଆଇଟି ରାଉରକେଲାର ଫାଉଣ୍ଡେସନ ଫର୍‌ ଟେକ୍ନୋଲୋଜି ଆଣ୍ଡ ବିଜନେସ ଇନକ୍ୟୁବେସନ ପକ୍ଷରୁ ଗତ ୨୧ ତାରିଖରେ ବିଶ୍ୱ ଉଦ୍ୟୋଗ ଦିବସ ୨୦୨୬ ପାଳିତ ହୋଇଯାଇଛି । ଏହି ଅବସରରେ ସଫଳ ଉଦ୍ୟୋଗୀ, ପୁରାତନ ଛାତ୍ର ଓ ନବୀନ ଷ୍ଟାର୍ଟଅପ୍ ପ୍ରତିଷ୍ଠାତାମାନେ ଏକାଠି ହୋଇ ନିଜ ଅନୁଭୂତି ବାଣ୍ଟିଥିଲେ । କାର୍ଯ୍ୟକ୍ରମରେ ପ୍ରଫେସର ସୁବ୍ରତ କୁମାର ପଣ୍ଡା ଉଦ୍ୟୋଗ କ୍ଷେତ୍ରରେ ଧର୍ଯ୍ୟ, ସାହସ ଓ ରିସ୍କ ନେବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଯୁବ ନବାଚାରକଙ୍କୁ ବାସ୍ତବ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବାକୁ ସେ ପରାମର୍ଶ ଦେଇଥିଲେ । ଏହି ଅବସରରେ FTBI ଇକୋସିଷ୍ଟମର ସଫଳ ଉଦ୍ୟୋଗୀମାନେ ନିଜ ଯାତ୍ରା ବିଷୟରେ କହିଥିଲେ । ଏଥିରେ DATOMSର ପ୍ରତିଷ୍ଠାତା ଅମିୟ କୁମାର ସାମନ୍ତରାୟ (ଭର୍ଚୁଆଲ ମାଧ୍ୟମରେ), KOEL FRESHର ଆଶୁତୋଷ ନାୟକ, BIOTEZର ଡା. ସୀତାରଶ୍ମୀ ସାହୁ, Yoshino Energyର ଅନୁରାଗ ମିଶ୍ର ଏବଂ FASTECH ଓ MYORG360ର ଅଭିଜିତ ସାହୁ ନିଜ ଅନୁଭୂତି ବାଣ୍ଟିଥିଲେ । ଉଦ୍ୟୋଗ କେବଳ ବ୍ୟବସାୟ ନୁହେଁ, ସମାଜ ପାଇଁ ମୂଲ୍ୟବୋଧ ସୃଷ୍ଟି କରିବା ବୋଲି ଆଲୋଚନା ହୋଇଥିଲା । FTBI ବର୍ତ୍ତମାନ ୧୧୫ଟି ଷ୍ଟାର୍ଟଅପକୁ ସହଯୋଗ କରୁଛି ଓ ପ୍ରାୟ ୧୦୦୦ ନିଯୁକ୍ତି ସୃଷ୍ଟି କରିଛି । କାର୍ଯ୍ୟକ୍ରମକୁ FTBIର ମୁଖ୍ୟ କାର୍ଯ୍ୟନିର୍ବାହୀ ଚିରଞ୍ଜୀବୀ ସାମଲ ପରିଚାଳନା କରିଥିଲେ । ଶେଷରେ ଉଦ୍ୟୋଗୀମାନଙ୍କୁ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.