jayashree

ଜ୍ଞାନ ବିଜ୍ଞାନ ମେଳା ଉଦ୍‌ଯାପିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହା ଠାରେ ବଲାଙ୍ଗିର ବିଭାଗ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତି ସଭାପତି ବଂଶୀଧର କାଲସାଏଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମେଳାରେ ବଲାଙ୍ଗିର ସହ ସମ୍ଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ମହାନ୍ତି ଅତିଥି ପରିଚୟ କରିଥିଲେ । ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ପ୍ରମୁଖ ରାମ କୁମାର ମିଶ୍ର ଯୋଗ ଦେଇଥିବା ବେଳେ ସମ୍ଭାଗ ସଂଯୋଗକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, କାର୍ଯ୍ୟାଳୟ ସହାୟକ ଲକ୍ଷ୍ମୀ ନାରାୟଣ ମିଶ୍ର, ପରିଚାଳନା ସମିତି ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ଉପସଭାପତି ମୁକୁନ୍ଦ ନାରାୟଣ ସିଂହ ଦେଓ, ସଦସ୍ୟା ଭାଗ୍ୟବତୀ ଘିବେଲା, କାହ୍ନୁ ଚରଣ ଦର୍ଜୀ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ମେଳାରେ ଗଣିତ ଓ ବିଜ୍ଞାନ ପ୍ରକଳ୍ପ ସମେତ ଗଣିତ ପ୍ରୟୋଗ, ପ୍ରଶ୍ନମଞ୍ଚ, ବିଜ୍ଞାନ ପ୍ରଶ୍ନମଞ୍ଚ, ସଂସ୍କୃତି ଜ୍ଞାନ ପ୍ରଶ୍ନମଞ୍ଚ, କଥା କଥନ, ମୂର୍ତ୍ତିକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଥମ ହୋଇଥିବା ପ୍ରତିଯୋଗୀ ସମ୍ଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିବେ ବୋଲି ସୂଚନା ଦିଆଯାଇଛି ।

Leave A Reply

Your email address will not be published.