jayashree

ପ୍ରଶଂସା ସାଉଁଟିଲେ ଆଦର୍ଶ ଶିକ୍ଷକ ମଳୟ ଶୂର

ଭୋଗରାଇ, (ଶିବନାରାୟଣ ପାତ୍ର) : ଶିକ୍ଷକ ହେବତ ଏମିତି । ଆଦର୍ଶ ଶିକ୍ଷକ ମଳୟ ଶୂର । ଯିଏ ନିଜ ଖର୍ଚ୍ଚରେ ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚି ଶୁଖିଲା ଖାଦ୍ୟ ଯୋଗାଇ ଶହ ଶହ ଲୋକଙ୍କ ମୁଖରେ ହସ ଫୁଟାଇଛନ୍ତି । ସୁବର୍ଣ୍ଣରେଖା ନଦୀରେ ପ୍ରବଳ ବନ୍ୟା ଆସିବା ଫଳରେ ଭୋଗରାଇ ବ୍ଲକରେ ୧୬ଟି ପଞ୍ଚାୟତ ଜଳମଗ୍ନ ହୋଇଛି । ବହୁ ଲୋକଙ୍କ ଘରେ ପାଣି ପଶି ବହୁ କ୍ଷୟକ୍ଷତି ହୋଇଛି । ଲୋକମାନେ ବନ୍ୟା ପାଣିରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏ ସବୁ ଖବର ଶୁଣିବା ଓ ଦେଖିବା ପରେ ବନ୍ୟା ବିପନ୍ନଙ୍କ ପାଖରେ ସାହା ହେବା ପାଇଁ ଅଣ୍ଟା ଭିଡ଼ିଥିଲେ ୟୁନିକ୍ ଗ୍ରୁପ୍ ଅଫ୍ ଏଜୁକେଶନର ଉପଦେଷ୍ଟା ତଥା ବଡ଼ମନ୍ଦାରୁଣୀ ସରକାରୀ ଉଚ୍ଚ ବିଦ୍ୟାଳୟର ଆଦର୍ଶ ଶିକ୍ଷକ ମଳୟ କୁମାର ଶୂର । ନିଜ ଖର୍ଚ୍ଚରେ ନହରା ପଞ୍ଚାୟତ ଅଧିନସ୍ଥ ମୁଣ୍ଡମାରି, ମଶାଣବାଡ଼ିଆ, କଣ୍ଠାଳିଆ ଗ୍ରାମରେ ଜଳବନ୍ଦୀ ହୋଇ ରହିଥିବା ପ୍ରାୟ ପାଞ୍ଚ ଶହରୁ ଉର୍ଦ୍ଧ୍ୱ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ଶିକ୍ଷକ ମଳୟ କୁମାର ଶୂରଙ୍କ ଏହି ମହାନ ସେବା ପାଇଁ ସ୍ଥାନୀୟ ଅଞ୍ଚଳରେ ଅନେକ ପ୍ରସଂଶା ସାଉଁଟିବା ସହ ତାଙ୍କ ହିତାକାଂକ୍ଷୀ, ଶୁଭାକାଂକ୍ଷୀମାନେ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆଗକୁ ଏମିତି ଦୁଃଖିରଙ୍କି ମାନଙ୍କ ପାଇଁ ସେବା କାର୍ଯ୍ୟ ଜାରି ରଖିବେ ବୋଲି ଶିକ୍ଷକ ମଳୟ ଶୂର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

Leave A Reply

Your email address will not be published.