
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ସାର୍ବଜନୀନ ଦୁର୍ଗାପୂଜାର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ଲାଟିନମ୍ ଜୟନ୍ତୀ ପାଳନ କରିବାକୁ ଯାଉଛି । ଏନେଇ ଶୁକ୍ରବାର ଦୁର୍ଗା ମଣ୍ଡପ ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଓ କମିଟି ଚୟନ ଅନୁଷ୍ଠିତ ହୋଇଛି । ଗ୍ରାମ୍ୟ କମିଟି ସଭାପତି ଜଗନ୍ନାଥ ପୁଟାଙ୍କ ସଭାପତିତ୍ୱରେ ହୋଇଥିବା ବୈଠକରେ ଗ୍ରାମ୍ୟ କମିଟି ସମ୍ପାଦକ ରାଧେଶ୍ୟାମ ପଟେଲଙ୍କ ସମେତ କମିଟି ସଦସ୍ୟ ଓ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ । ଚଳିତ ବର୍ଷ ମାଣ୍ଡୋସିଲ ସାର୍ବଜନୀନ ଦୁର୍ଗାପୂଜା ୭୫ ବର୍ଷ ପୂରଣ କରୁଥିବାରୁ ଏହାକୁ ସ୍ମରଣୀୟ କରିବା ପାଇଁ ପ୍ଲାଟିନମ୍ ଜୟନ୍ତୀ ପାଳନ କରିବାକୁ ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା । ଏଥିପାଇଁ ନୂତନ କମିଟିର ସଭାପତି ଭାବେ ମହେନ୍ଦ୍ର ଖୁଣ୍ଟିଆ, ଉପସଭାପତି ଭାବେ ପ୍ରଦୀପ ଦାସ, ସମ୍ପାଦକ ଭାବେ ଶରତ ଚନ୍ଦ୍ର ହଂସ ଓ ସହସମ୍ପାଦକ ଭାବେ ଅକ୍ଷୟ ସାହୁଙ୍କୁ ଚୟନ କରାଯାଇଛି । ବୈଠକରେ ବସନ୍ତ କୁମାର ଖୁଣ୍ଟିଆ, ଧନସିଂ ପଟେଲ, ଋଷଦେବ ରଣା, ଗୋପାଳ ପ୍ରସାଦ ବେହେରା, ଦିଲୀପ ଦଣ୍ଡସେନା, ମୁନା ସାହୁ, ଚନ୍ଦ୍ର ବିନାଟ ଓ ପଞ୍ଚୁ ସାହୁଙ୍କ ସମେତ ବହୁ ଗ୍ରାମବାସୀ ଯୋଗ ଦେଇଥିଲେ । ଶେଷରେ ଗ୍ରାମ୍ୟ କମିଟି ସଦସ୍ୟ ତପନ ବହିଦାର ଧନ୍ୟବାଦ ଅର୍ପଣ କରିଥିଲେ ।