
ସଇଁତଲା, (ଖୁସିରାଣୀ ସାହୁ) : ସଇଁତଲା ବ୍ଲକ ଘୁନସର କଲେଜ ପରିସରରେ ନିଶା ମୁକ୍ତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ସଇଁତଲା ଥାନାଧିକାରୀ ଖଗପତି ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ଏହି ସଚେତନତା କାର୍ଯ୍ୟକ୍ରମ ହୋଇଥିଲା । କଲେଜର ଅଧ୍ୟକ୍ଷ ଶୁଭେନ୍ଦୁ ବିକାଶ କୁମ୍ଭାର, ମୋହନ ଚରଣ ବାଗ, ନିରାକାର ସାହୁ, ନାରାୟଣ ବୁଡ଼େକ, ଅମିତାଭ କୁମାର ପଟେଲ, ସୁକୁମାର ସାହୁ, ଶତୃଘ୍ନ ଗହିର, ସରୋଜ ରଣା, ସାଧୁ ରଣା, ବିଷ୍ଣୁ ଭୋଇ, ନିରଞ୍ଜନ ରଣାଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ନିଶା ସେବନର କୁପ୍ରଭାବ ସମ୍ପର୍କରେ ସଚେତନ କରାଯାଇଥିଲା । ନିଶା ଯୁବପିଢ଼ିର ଭବିଷ୍ୟତକୁ ନଷ୍ଟ କରିବା ସହ ପରିବାର ଓ ସମାଜ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ ବୋଲି ଛାତ୍ରଛାତ୍ରୀଙ୍କୁ ବୁଝାଯାଇଥିଲା । ସୁସ୍ଥ ଓ ସୁନ୍ଦର ଭବିଷ୍ୟତ ପାଇଁ ନିଶାଠାରୁ ସମ୍ପୂର୍ଣ୍ଣ ଦୂରେଇ ରହିବାକୁ ଆହ୍ୱାନ ଦିଆଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀମାନେ ନିଶା ସେବନ କରିବେ ନାହିଁ ଏବଂ ଅନ୍ୟମାନଙ୍କୁ ମଧ୍ୟ ନିଶାଠାରୁ ଦୂରେଇ ରଖିବା ପାଇଁ ଶପଥ ପାଠ କରିଥିଲେ ।