jayashree

ମୁରିବାହାଲ ଡ଼ିଗ୍ରୀ କଲେଜ ଶକ୍ତିଶ୍ରୀ ଏମ୍ପାୱାରମେଣ୍ଟ ସେଲ୍ ପକ୍ଷରୁ ଥାନା ପରିଦର୍ଶନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଶକ୍ତିଶ୍ରୀ ଏମ୍ପାୱାରମେଣ୍ଟ ସେଲ୍ ପକ୍ଷରୁ ଶକ୍ତିଶ୍ରୀ ସଂଯୋଜିକା ଅଧ୍ୟାପିକା ଯଶୋସ୍ମିତା ବେହେରାଙ୍କ ସଭାପତିତ୍ୱରେ ତଥା ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ ଛାତ୍ରଛାତ୍ରୀ ପଦଯାତ୍ରାରେ ଯାଇ ମୁରିବାହାଲ ଥାନା ପରିଦର୍ଶନ କରିଥିଲେ । ଥାନା ଆଇଆଇସି ବୁଲୁ ମୁଣ୍ଡା ପୂର୍ବରୁ ପ୍ରଚଳିତ ଥିବା ଆଇପିସି, ବର୍ତ୍ତମାନର ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌), ପୋକସୋ, ପୋସ ଓ ଆଣ୍ଟି ରେଗିଙ୍ଗ ଭଳି ସାଧାରଣ ନାଗରିକ, ମହିଳା ଓ ଶିଶୁଙ୍କ ପାଇଁ ଥିବା ବିଭିନ୍ନ ଅଧିକାର ଓ ଆଇନ ସମ୍ପର୍କରେ ବିସ୍ତୃତ ଭାବେ ସମସ୍ତଙ୍କୁ ଅବଗତ କରିଥିଲେ । ଥାନା ଏସ୍‌ଆଇ ପ୍ରମୋଦ କୁମାର ପଧାନ, ପଙ୍କଜିନୀ ବାଗଙ୍କ ସହ ସମସ୍ତ ଥାନା କର୍ମଚାରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଡ଼ିଗ୍ରୀ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।

Leave A Reply

Your email address will not be published.