
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ପ୍ରସ୍ତୁତି ଲାଇବେରୀ ଠାରେ ସିଭିଲ ସର୍ଭିସ କୋଚିଂ ସେଣ୍ଟର କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣଙ୍କ କରକମଳରେ ପ୍ରସ୍ତୁତି ଲାଇବେରୀ ଗୃହ ଠାରେ ସିଭିଲ ସର୍ଭିସ କୋଚିଂ ସେଣ୍ଟରର ଶୁଭାରମ୍ଭ ହୋଇଛି । ଏହି ଉଦ୍ଘାଟନ ଉତ୍ସବରେ ବାଲିଗୁଡା ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣୀତା ଦାସ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭମ ଭୋସଲେ ପ୍ରୋବେଶନ ଆଇଏଏସ୍ ଅଧିକାରୀ ଯଶକରଣ ସିଂ, ପିଏ ଆଇଟିଡିଏ କୃପାସିନ୍ଧୁ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଉତ୍ସବରେ ସିଭିଲ ସର୍ଭିସ କୋଚିଂର ଆଭିମୁଖ୍ୟ ସମ୍ପର୍କରେ ଜିଲ୍ଲାପାଳଙ୍କ ସମେତ ଅତିଥି ବୃନ୍ଦ ଛାତ୍ରଛାତ୍ରୀ ମାନଙ୍କୁ ଅଭିଭାଷଣ ପ୍ରକାଶ କରିଥିଲେ । ଏହି ଅବସରରେ ବାଲିଗୁଡା ବିଡ଼ିଓ ଅକ୍ଷୟ କୁମାର ମଳିକ, ତହସିଲଦାର ଦିପ୍ତୀ ପ୍ରକାଶ ବେହେରା, ଏନ୍ଏସି ନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ ଉପସ୍ଥିତ ରହି ନିଜ ନିଜର ସିଭିଲ ସର୍ଭିସ ପରୀକ୍ଷା ପ୍ରସ୍ତୁତି ଅନୁଭୂତି ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶିବ ଶଙ୍କର ସମରଥ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ ।