jayashree

ସୁବର୍ଣ୍ଣପୁର ଠାରେ ବିଜେଡି ପକ୍ଷରୁ ଶିକ୍ଷା ବଞ୍ଚାଅ ଆନ୍ଦୋଳନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ସୁବର୍ଣ୍ଣପୁର ଠାରେ ଶିକ୍ଷା ବଞ୍ଚାଅ ଆନ୍ଦୋଳନ ପାଇଁ ବିଶାଳ ରାଲି ସହ ବିକ୍ଷୋଭ ପ୍ରଦର୍ଶନ ବ୍ଲକ୍ ଛକ ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା‌ । ଶିକ୍ଷା ବଞ୍ଚାଅ ଆନ୍ଦୋଳନରେ ସ୍ଥାନୀୟ ନେତୃବୃନ୍ଦଙ୍କ ସହ ଜିଲ୍ଲାର ଯୁବକ ଓ ଅଗଣିତ ଛାତ୍ର ଯୋଗଦେଇ ଶିକ୍ଷା ଆମର ଅଧିକାର, ଶିକ୍ଷାର ସୁରକ୍ଷା ଆମର ଦାବି ଭଳି ବିଭିନ୍ନ ନାରା ଦେଇଥିଲେ । ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ଇସ୍ତଫା ଦାବି କରିବାସହ ତୁରନ୍ତ ନୂତନ ଓ ନିର୍ଭୁଲ ବହି ଯୋଗାଣ ତଥା ଅନ୍ୟାନ୍ୟ ଅବ୍ୟବସ୍ଥାର ବିରୁଦ୍ଧରେ ଏକତା ବଦ୍ଧ ଲଢ଼େଇ ଜାରି ରଖିବାକୁ ବଜ୍ର ଶପଥ ନେଇଥିଲେ । ଆଜିର ଏହି ବିକ୍ଷୋଭ ସମାବେଶରେ ସୋନପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବୀରମହାରାଜପୁରର ପୂର୍ବତନ ବିଧାୟକ ତଥା ପ୍ରାକ୍ତନ ମନ୍ତ୍ରୀ ପଦ୍ମନାଭ ବେହେରା, ରାଜ୍ୟ ବିଜୁ ଯୁବ ଜନତା ଦଳ ସଭାପତି ଚିନ୍ମୟ ସାହୁ, ରାଜ୍ୟ ଛାତ୍ର ଜନତା ଦଳ ସଭାପତି ଇପ୍ସିତା ସାହୁ, ଜିଲ୍ଲା ଯୁବ ବିଜେଡି ସଭାପତି ଅଶୋକ ନନ୍ଦ, ଯୁବ ଜନତା ରାଜ୍ୟ ଉପ ସଭାପତି ଶାଶ୍ୱତ ମିଶ୍ର, ଛାତ୍ର ଜନତା ରାଜ୍ୟ ସଧାରଣ ସମ୍ପାଦକ ଅମୀୟ ରଞ୍ଜନ ଦାଶ, ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ଅଭିଷେକ ଶର୍ମା, ବିଜେଡି ଟାଉନ୍ ସଭାପତି ଦେବାଶିଷ ପଟ୍ଟନାୟକ, ବିଜେଡି ରାଜ୍ୟ ସମ୍ପାଦକ ନାରାୟଣ ଲୁହା ତଥା ବିଜେଡ଼ିର ସମସ୍ତ ଛାମୁଆ ସଙ୍ଗଠନର କର୍ମକର୍ତ୍ତା ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବର୍ଷିଥିଲେ । ଏହି ଅବସରରେ ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କୁ ପ୍ରଦାନ କରିଥିଲେ । ବିଶାଳ ଶୋଭାଯାତ୍ରା ତଥା ଏହି ରାଲିରେ ହଜାର ହଜାର କର୍ମୀ, ଛାତ୍ରଛାତ୍ରୀ ଓ ସମର୍ଥକ ସ୍ଵତଃ ଯୋଗ ଦେଇଥିଲେ ।

Leave A Reply

Your email address will not be published.