jayashree

ବଡ଼ ଡକାୟତି ଯୋଜନା ପଣ୍ଡ : ସୁନା ଦୋକାନୀଙ୍କୁ ଟାର୍ଗେଟ୍ କରି ଲୁଟ୍ ପାଇଁ ଯୋଜନା କରୁଥିବା ବେଳେ ପୋଲିସ ହାତରେ ଧରାପଡ଼ିଲେ ୫ ଅଭିଯୁକ୍ତ

ଗଞ୍ଜାମ, (କେପିଏନ୍‌ଏସ୍‌) : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ଦେଉଳିଆପଡ଼ା ଗେଞ୍ଜାରାପାଲି ମା’ ଆଦିଶକ୍ତି ମନ୍ଦିର ନିକଟରେ ଚଢ଼ାଉ କରି ପୋଲିସ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଥିବା ବେଳେ ସେମାନଙ୍କଠାରୁ ୫ଟି ଜୀବନ୍ତ ବୋମା, ମାରଣାସ୍ତ୍ର ଓ ବାଇକ ଜବତ କରିଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ ଦୋକାନ ବନ୍ଦ ପରେ ସୁନା ନେଇ ଘରକୁ ଫେରୁଥିବା ଦୋକାନୀଙ୍କୁ ରାସ୍ତାରେ ଅଟକାଇ ଲୁଟ୍ କରିବାକୁ ହୋଇଥିଲା ଯୋଜନା । ହେଲେ ଯୋଜନା କାର୍ଯ୍ୟକାରୀ ହେବା ଆଗରୁ ପୋଲିସର ଚଢ଼ାଉରେ ସବୁ ଫସର ଫାଟି ଯାଇଥିଲା । ପୋଲିସ ପାଞ୍ଚଜଣ ଅଭିଯୁକ୍ତଙ୍କୁ ଅଟକ ରଖି ଏହି ଡକାୟତି ଯୋଜନାରେ ଆଉ କେହି ସାମିଲ ଅଛନ୍ତି କି ନାହିଁ ତନାଘନା ଜାରି ରଖିଛି ।

Leave A Reply

Your email address will not be published.