jayashree

ମୋବାଇଲ ମେଳା, ୧୧୦ଟି ମୋବାଇଲ ଫୋନ୍‌ ଉଦ୍ଧାର

ବରଗଡ଼, (ମୁନ୍ନା ସାହୁ) : ବରଗଡ଼ ପୋଲିସ ପକ୍ଷରୁ ଆୟୋଜିତ ହୋଇଛି ମୋବାଇଲ ମେଳା । ଚୋରି ଓ ହଜିଯାଇଥିବା ମୋବାଇଲ ଫୋନ୍‌କୁ ଉଦ୍ଧାର କରି ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିଛି ବରଗଡ଼ ପୋଲିସ । ବରଗଡ଼ ଏସପି କାର୍ଯ୍ୟାଳୟରେ ଏହି ମୋବାଇଲ ମେଳା ଅନୁଷ୍ଠିତ ହୋଇଥିଲା । ଏକ ମାସ ମଧ୍ୟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମୋଟ ୧୧୦ଟି ମୋବାଇଲ ଫୋନ୍‌ ଉଦ୍ଧାର କରିଛି ପୋଲିସ । ପରେ ଚିହ୍ନଟ ହୋଇଥିବା ପ୍ରକୃତ ମାଲିକମାନଙ୍କୁ ଏସପି କାର୍ଯ୍ୟାଳୟରେ ସେମାନଙ୍କ ମୋବାଇଲ ହସ୍ତାନ୍ତର କରାଯାଇଥିଲା । ଜିଲ୍ଲାର ବିଭିନ୍ନ ଥାନାରେ ଚୋରି ଓ ମୋବାଇଲ ହଜିଯିବା ନେଇ ଅଭିଯୋଗ ହୋଇଥିଲା । ଏହାପରେ ସାଇବର ସେଲ୍‌ର ସହାୟତାରେ ତଦନ୍ତ କରି ଏହି ମୋବାଇଲଗୁଡ଼ିକୁ ଠାବ କରାଯାଇଥିଲା । ମୋବାଇଲ ଫୋନ୍‌ ଫେରିପାଇବା ପରେ ପ୍ରକୃତ ମାଲିକମାନେ ବରଗଡ଼ ପୋଲିସକୁ ଧନ୍ୟବାଦ ଜଣାଇଥିଲେ । ଆଗାମୀ ଦିନରେ ମଧ୍ୟ ଚୋରି ଓ ହଜିଥିବା ଅନ୍ୟ ମୋବାଇଲଗୁଡ଼ିକୁ ଉଦ୍ଧାର ପାଇଁ ଅଭିଯାନ ଜାରି ରହିବ ବୋଲି ବରଗଡ଼ ଏସପି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.