csstore

ଟୋଲ ଟେକ୍ସ ଆଦାୟ କଲେ ଆନ୍ଦୋଳନ ଚେତାବନୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗତକାଲି ମଧ୍ୟ ରାତ୍ରରୁ ବରଗଡ଼ ନିକଟସ୍ଥ ବରାହାଗୁଡା ଟୋଲଗେଟରୁ ବରଗଡ଼ ଜିଲ୍ଲା ବାସୀଙ୍କ ଠାରୁ ଟୋଲଟେକ୍ସ ଆଦାୟ କରାଗଲେ ଆନ୍ଦୋଳନ କରାଯିବ ବୋଲି ବରଗଡ଼ ନ୍ୟାସନାଲ ହାଇଓ୍ବେ ୟୃଜର୍ସ ଫୋରମ୍ ଚେତାବନୀ ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଗତକାଲି ମଧ୍ୟ ରାତ୍ରରୁ ଦେଶର ସମସ୍ତ ଟୋଲ ପ୍ଲାଜା( ଟୋଲଗେଟ)ରେ ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥା ନିଷ୍ପତ୍ତି ଗ୍ରହଣ କରିଛି । ତେବେ ବରଗଡ଼ ନ୍ୟାସନାଲ ହାଇଓ୍ବେ ୟୁଜର୍ସ ଫୋରମ୍ ଜାତୀୟ ରାଜପଥ ପ୍ରାଧିକରଣ ଏଭଳି ନିଷ୍ପତ୍ତିକୁ ବିରୋଧ କରିଛି । ବରଗଡ଼ ସହର ଉପକଣ୍ଠସ୍ଥ ବରାହାଗୁଡାରେ ରହିଥିବା ଅଶୋକ ବିଲ୍ଡକନ ଦ୍ବାରା ପରିଚାଳିତ ଟୋଲଗେଟ ବେଆଇନ ବୋଲି ସରକାର ପୂର୍ବରୁ ଘୋଷଣା କରିଥିବା ବେଳେ ଏଠାରେ ବରଗଡ଼ ଜିଲ୍ଲା ବାସୀଙ୍କ ଠାରୁ ଟୋଲଟେକ୍ସ ଅସୁଲି କିମ୍ବା ଫାସଟେଗ ଲଗୁକୁ ବରଦାସ୍ତ କରାଯିବ ନାହିଁ ବୋଲି ଫୋରମ୍ ପକ୍ଷରୁ କୁହାଯାଇଛି । ବରଗଡ଼ ଜିଲ୍ଲା ବାସୀଙ୍କ ଠାରୁ ଫାସଟେଗ ଲାଗୁ କରାଗଲେ ଫୋରମ୍ ଆନ୍ଦୋଳନ ଆରମ୍ଭ କରିବେ ବୋଲି ଚେତାବନୀ ଦିଆଯାଇଛି ।

jayashree
Leave A Reply

Your email address will not be published.