jayashree

ଜିରା ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବରଗଡ, (ମୁନ୍ନା ସାହୁ) : ବରଗଡ଼ ଅମ୍ବାପାଲି ଅଞ୍ଚଳର ଜିରା ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାରକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ସୋମବାର ସକାଳ ପ୍ରାୟ ୮ଟା ସମୟରେ ଅମ୍ବାପାଲି ୱାର୍ଡ ନମ୍ବର ୧୭ର ପ୍ରାୟ ୩୫ ବର୍ଷୀୟ ଯୁଗନୁ ସୁନାଙ୍କ ମୃତଦେହ ଜିରା ନଦୀ ବ୍ରିଜ ତଳେ ଥିବା ନେଇ ସୂଚନା ମିଳିଥିଲା । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀର ସହଯୋଗରେ ନଦୀରୁ ମୃତଦେହ ଉଦ୍ଧାର କରିଥିଲା । ତେବେ ଯୁଗନୁଙ୍କ ମୃତ୍ୟୁ କିପରି ଓ କେଉଁ ପରିସ୍ଥିତିରେ ଘଟିଲା, ସେନେଇ ଏବେ ମଧ୍ୟ ସ୍ପଷ୍ଟ ହୋଇନାହିଁ । ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି । ଅନ୍ୟପଟେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯୁବକଙ୍କ ମୃତ୍ୟୁର ପ୍ରକୃତ କାରଣ ନେଇ ଅଧିକ ସ୍ପଷ୍ଟତା ମିଳିପାରେ ।

Leave A Reply

Your email address will not be published.