jayashree

ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍‌ ପାଇଁ ଓଡିଶା ଦଳ ଘୋଷଣା
ସେପ୍ଟେମ୍ବର ୩ ରୁ ୬ ପର୍ଯ୍ୟନ୍ତ ପୋଖରୀପୁଟ ଷ୍ଟାଡିୟମରେ ହେବ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସେପ୍ଟେମ୍ବର ମାସ ୩ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଇଷ୍ଟଜୋନ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍‌ ପାଇଁ ଓଡିଶା ଦଳ ଘୋଷଣା ହୋଇଯାଇଛି । ଏହି ଚୟନ ପ୍ରକ୍ରିୟା ଓଡିଶା ଷ୍ଟେଟ ବ୍ୟାଡମିଣ୍ଟନ ଏସୋସିଏସନ ଦ୍ୱାରା ପଞ୍ଜିକୃତ ଖେଳାଳିମାନେ ହାସଲ କରିଥିବା ରେଙ୍କିଙ୍ଗ ପଏଣ୍ଟ ସହ ଏକ ସିଲେକ୍ସନ ଟ୍ରାଏଲକୁ ନେଇ ଖେଳାଳି ଚୟନ କରାଯାଇଥାଏ । ଇଷ୍ଟଜୋନର ୬ଟି ରାଜ୍ୟ ଓଡିଶା, ଝାରଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡ ଖେଳାଳିମାନଙ୍କୁ ନେଇ ଏହି ପ୍ରତିଯୋଗିତା ଉଭୟ ଟିମ୍‌ ଇଭେଣ୍ଟ ଓ ଇଣ୍ଡିଭିଜୁଏଲ ଚମ୍ପିୟାନସିପ୍‌ ଅନୁଷ୍ଠିତ ହେବ । ଓଡିଶାର ଜୁନିୟର ଦଳରେ ସୋମ୍ୟଜିତ ସାହୁ, ଦିବ୍ୟମ୍‌ କେଜ୍ରିୱାଲ, ଶୁଭ୍ରକେତନ ମଲ୍ଲିକ, ନିମିସା ଓଝା, ସ୍ୱାତି ନାୟକ, ଅସ୍ୱିକା ମିଶ୍ର ଚୟନ ହୋଇଥିବା ବେଳେ ସିନିୟର ଦଳରେ ତହସିବ୍‌ ଖାନ, ଦିବ୍ୟମ କେଜ୍ରିୱାଲ, ଜୈସ ଅଗ୍ରୱାଲ, ଅଭିଜିତ ମହାରଣା, ତନ୍ମୟ କୁମାର ସାହୁ, ଶୁଭ୍ରକେତନ ମଲ୍ଲିକ, କଲଗା ଜଗଦିଶ, ତୁମି ବାକ୍‌ଚି, ହର୍ଷିତା ରାଉତ, ଆଶ୍ରିୟ ଜି. ବିରୋପ, ନିମିଶା ଓଝା, ସ୍ୱାତି ନାଏକ, ଅଶ୍ୱିକା ମିଶ୍ର, ସ୍ୱିଟିପ୍ରିୟା ପ୍ରଧାନ ପ୍ରମୁଖ ଖେଳାଳି ସ୍ଥାନ ପାଇଛନ୍ତି । ଦିବ୍ୟମ କେଜ୍ରିୱାଲ, ଶୁଭ୍ରକେତନ ମଲ୍ଲିକ, ନିମିଶା ଓଝା, ଅସ୍ୱିକା ମିଶ୍ର ଓ ସ୍ୱାତି ନାୟକ ଉଭୟ ଜୁନିୟର ଓ ସିନିୟର ଦଳରେ ଖେଳିବା ପାଇଁ ଚୟନ ହୋଇଛନ୍ତି । ଏହି ଚମ୍ପିୟାନସିପ୍୍‌ରେ ଦଳ ବାଳକ ସିଙ୍ଗିଲ୍ସ, ବାଳିକା ସିଙ୍ଗିଲ୍ସ, ବାଳକ ଡବଲ୍ସ, ବାଳିକା ଡବଲ୍ସ, ମିକ୍ସ ଡବଲ୍ସ ବିଭାଗର ଉଭୟ ସିନିୟର ଏବଂ ଜୁନିୟର କେଟାଗୋରିରେ ପ୍ରତିଯୋଗିତା କରିବ । ଓସ୍‌ବା ସଂପାଦକ ତଥା ଚୟନ କମିଟି ଆବାହକ ନିଳିନ କୁମାର, ଚୟନ କମିଟି ଅଧ୍ୟକ୍ଷ ପ୍ରଦୀପ କୁମାର ପଟ୍ଟନାୟକ ଚୁଡାନ୍ତ ଦଳ ଘୋଷଣା କରିଥିଲେ । ଏହି ଚୟନ କମିଟିରେ ଅନ୍ୟମାନଙ୍କ ମଧ୍ୟରେ ବର୍ଷିୟାନ ବ୍ୟାଡମିଣ୍ଟନ ଖେଳାଳି ତଥା କୋଚ କମଲ ଦାସ, ବିଜୟ କୁମାର ବାଗ, ଜୟପ୍ରକାଶ ସିଂ, ମନୋରଂଜନ ପଣ୍ଡା, ବିବେକ କର, ଶୁଭ୍ରତା କାନୁନଗୋ, ସୋମେନ ଶେଖର ଦାଶ ପ୍ରମୁଖ ସଦସ୍ୟ ଅଛନ୍ତି । ଇଷ୍ଟଜୋନ ଚମ୍ପିୟାନସିପ୍‌ରେ ଉତ୍ତମ ଖେଳ ପ୍ରଦର୍ଶନ ପାଇଁ ଭୁବନେଶ୍ୱର ଠାରେ ଓଡିଶା ଦଳ ୧୭ ରୁ ୩୦ ପର୍ଯ୍ୟନ୍ତ ଏକ କୋଚିଂ କାର୍ଯ୍ୟକ୍ରମ ଚାଲିବ । ଏହି କ୍ୟାମ୍ପକୁ ଖେଳାଳିମାନଙ୍କୁ ଜାତୀୟ ସ୍ତରର ଜଣାଶୁଣା କୋଚମାନେ ତାଲିମ ପ୍ରଦାନ କରିବେ । ବିଗତ ବର୍ଷମାନଙ୍କର ଇଷ୍ଟଜୋନ ଚମ୍ପିୟାନସିପ୍୍‌ରେ ଓଡିଶା ଦଳ ଉତ୍ତମ ପ୍ରଦର୍ଶନ କରିଥିବାରୁ ଏ ବର୍ଷ ମଧ୍ୟ ଦଳ ଆହୁରି ଭଲ ପ୍ରଦର୍ଶନ କରିବ ବୋଲି ଚୟନ କମିଟି ଆବାହକ ନିଳିନ କୁମାର ଜଣାଇଛନ୍ତି ।

Leave A Reply

Your email address will not be published.