jayashree

ବଲାଙ୍ଗିର ଗୁଡିଆ ସମାଜର ସିଦ୍ଧିବିନାୟକ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପେଲେସ ଲାଇନ “ଶାନ୍ତି ମାର୍ଗ”ରେ ନିର୍ମାଣାଧୀନ ସିଦ୍ଧିବିନାୟକ ମନ୍ଦିର ପରିସରରେ ପ୍ରକାଶ ଚନ୍ଦ୍ର ଚୋପଦାରଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଗଣେଷ ପୂଜା ଦିନ ଶ୍ରୀ ଗଣେଶ ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା ହୋଇ ତିନି ଦିନ ବ୍ୟାପି ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଦୀର୍ଘ ବର୍ଷରୁ ମନ୍ଦିର ନିର୍ମାଣ ହୋଇ ଅସମ୍ପୂର୍ଣ୍ଣ ଭାବରେ ରହିଯାଇଥିଲା । ସୂଚନାଯୋଗ୍ୟ ଯେ, ୨୩.୦୩.୨୦୧୮ରେ ମନ୍ଦିରର ରତ୍ନମୁଦ ସମ୍ପୂର୍ଣ୍ଣ ହୋଇସାରିଛି । କମିଟି ତରଫରୁ ପ୍ରକାଶ ଯେ, ଆସନ୍ତା ସେପ୍ଟେମ୍ବର ୧୨ରୁ ୧୪ ତାରିଖରେ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହ ବଡ ଧୁମ୍‌ଧାମ୍‌ରେ ମନ୍ଦିର ପ୍ରତିଷ୍ଠା ସହ ଶ୍ରୀ ଗଣେଶଙ୍କ ପ୍ରାଣ ପ୍ରତିଷ୍ଠା ହୋଇ ସିଂହାସନରେ ପ୍ରଭୁ ଆସୀନ ହେବେ । ଏହି ବୈଠକରେ ବିମଳ ଚୋପଦାର, ପ୍ରଦୀପ କୁମାର ଚୋପଦାର (କୁନୁ), ରମେଶ ଚନ୍ଦ୍ର ସାହୁ, ଅନୁପ ଚୋପଦାର, ରାଜ କିଶୋର ସାହୁ, ଆଶିଷ ସାହୁ, ଭଗବାନ ସରାଫ, ସୁଶାନ୍ତ ଚୋପଦାର, କୈଳାସ ଚନ୍ଦ୍ର ଚୋପଦାର, ତ୍ରିନାଥ ସାହୁ, ଜୟକୃଷ୍ଣ ସାହୁ, ପ୍ରତାପ ସାହୁ, ଅଶୋକ ସାହୁ, ଦିବ୍ୟସିଂ ସାହୁ, ବିଦେଶୀ ସାହୁ, ଦାଶରଥି ସାହୁ, ବିଶ୍ୱକର୍ମା ରଙ୍କ, ନିତ୍ୟାନନ୍ଦ ସାହୁ, ବିକାଶ ନନ୍ଦ ଓ ସୁଧୀର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ସଭା ଶେଷରେ ଦିବ୍ୟସିଂ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.