jayashree

ରେଳ ଉପଭୋକ୍ତ ସଂଘ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରେଳ ଉପଭୋକ୍ତ ସଂଘ ଓ ରେଳବାଇ ପ୍ରଶାସନର ମିଳିତ ଉଦ୍ୟମରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଂଘର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ରେଳ ଷ୍ଟେସନର ପ୍ରବେଶ ପଥର ଉଭୟ ପାଶ୍ୱର୍ରେ ଗୁଆ ଗଛ ଓ ଗୋଟିଏ ପାଶ୍ୱର୍ରେ କରଞ୍ଜ ଓ ନିମ୍ବ ଗଛ ଗୁଡିକ ରୋପଣ କରାଯାଇଥିଲା । ଭବିଷ୍ୟତରେ ଯାତ୍ରୀମାନେ କିପରି ଛାଇ ଟିକିଏ ପାଇପାରିବେ ଓ ଆଗାମୀ ପିଢି ଷ୍ଟେସନର ସୌନ୍ଦର୍ଯ୍ୟକରଣ ପାଇଁ ସଚେତନ ରହିବା ଉଚିତ ବୋଲି ଶ୍ରୀ ମିଶ୍ର କହିଥିଲେ । ତତ୍‌ ସହ ଷ୍ଟେସନର ସମ୍ମୁଖ ଭାଗରେ ୧୦ଟି ଗୁଆ ଗଛ ଓ ପ୍ରସ୍ତାନ ହେବା ପଛରେ ଅନେକ ବୃକ୍ଷରୋପଣ କରାଯାଇଥିଲା । ରେଳବାଇ ପ୍ରଶାସନ ତରଫରୁ ଇଂ. ମନୋଜ କୁମାର ଓଝା, ବ୍ୟବସାୟିକ ନିରୀକ୍ଷକ ନବୀନ ଦାଶ, ଆର୍‌ପିଏଫ୍‌ ତରଫରୁ ଅଫିସର କୁନା ବାରିକ, ହିରାଲାଲ ସିଂ, ଦୁଷ୍ମନ୍ତ ମାଝି, ସଂଘ ତରଫରୁ ସଂପାଦକ ବିମଲ ଚକ୍ରବର୍ତ୍ତୀ, ମୋତିଲାଲ ସାହୁ, ଗୋପବନ୍ଧୁ ପୁରୋହିତ, ଦିବାକର ହୋତା, ପର୍ଶୁରାମ ନାୟକ, ହରେକୃଷ୍ଣ ତ୍ରିପାଠୀ, ସୁରେଶ ଅଗ୍ରୱାଲଙ୍କ ସହ ଶିବ ଗୌଡ, ରାଜୁ ପ୍ରଧାନ, ସୀତାକାନ୍ତ ପରୁଆ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣରେ ସହଯୋଗ କରିଥିଲେ ।

Leave A Reply

Your email address will not be published.