
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଲାୟନ୍ସ କ୍ଲବ ସଦାବେଳେ ସାମାଜିକ କାର୍ଯ୍ୟ କରିଥାଏ । ତେବେ ସର୍ଗିଗୁଡ଼ା ସ୍ଥିତ ରାମ ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମକୁ ଦେଖି ସେଠାରେ ଏକ ୱାଟର କୁଲର ଦେବାକୁ କ୍ଲବ ତରଫରୁ ସ୍ଥିରୀକୃତ କରାଯାଇଥିଲା । ଏହି ମହତ କାର୍ଯ୍ୟକୁ କରିବା ପାଇଁ ସ୍ୱର୍ଗତ ରାମଚନ୍ଦ୍ର ଅଗ୍ରୱାଲ ସ୍ୱର୍ଗତ ଶ୍ରୀମତୀ ରାଧାଦେବୀ ଅଗ୍ରୱାଲ ସ୍ୱର୍ଗତ ଇନ୍ଦ୍ରାବନ ଅଗ୍ରୱାଲ, ସ୍ୱର୍ଗତ ସଞ୍ଜୟ ଗୋଏଲଙ୍କ ସ୍ମୃତିରେ ରୋହିତାସ ରାଜକୁମାର ଗୋଏଲ ସରଗିଗୁଡ଼ାକୁ ଏହି ୱାଟର କୁଲର ଯୋଗାଇ ଦେଇଥିଲେ । ପ୍ରଥମେ ଅତିଥିମାନେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିଥିଲେ । ଏହି ୱାଟର କୁଲର ଲୋକାର୍ପିତ କରିବାକୁ ମୁଖ୍ୟ ଅତିଥି ଭାବରେ ଲାୟନ୍ସ ଡିଷ୍ଟ୍ରିକ୍ଟ ୩୨୨ସି ୨ର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଲାୟନ୍ ଚରନଜୀତ କୌର ହୁରା ଆସି ଫିତା କାଟି ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ସମ୍ମାନିତ ଅତିଥି ଭାବରେ ପିଡିଜି ଲାୟନ୍ ଶ୍ରୀମତୀ ମମତା ଗୌତମ, ଭିଡ଼ିଜି ୱାନ ଶ୍ରୀମତୀ ଦୁର୍ଗେଶ ନନ୍ଦିନୀ, ଲାୟନ୍ସ କ୍ଲବ ସଭାପତି ମନୀଷ ଗୁପ୍ତା ଯୋଗ ଦେଇଥିବା ବେଳେ ସର୍ଗୀଗୁଡ଼ା ରାମ ମନ୍ଦିର କମିଟିର ସଦସ୍ୟ, ପଡ଼ାବାସୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ କ୍ଲବର ସମ୍ପାଦକ ଲାୟନ୍ ଆବାସ ଖାନ, କୋଷାଧ୍ୟକ୍ଷ ଲାୟନ୍ ଶ୍ରୀରାମ ଅଗ୍ରୱାଲ, ମିଡିଆ ମାର୍କେଟିଙ୍ଗ ଚେୟାର ପର୍ସନ ଲାୟନ୍ ସଞ୍ଜୟ କୁମାର ନାୟକ, ଲାୟନ୍ ଗଙ୍ଗାଧର ଶର୍ମା, ଦୀପକ ପୃଷ୍ଟି, ସଞ୍ଜୟ ସୋନି, ଶୈଳେଶ ଗୋଏଲ ପ୍ରମୁଖ ଉପସ୍ଥିତ ଥିଲେ ।