jayashree

ଶ୍ରାବଣୀର କବିତା ବର୍ଷଣ ଓ ସୃଷ୍ଟିର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ଆନୁକୂଲ୍ୟରେ ଶ୍ରାବଣୀର କବିତା ବର୍ଷଣ ଓ ସୃଷ୍ଟିର ଲୋକାର୍ପଣ କାର୍ଯ୍ୟକ୍ରମ ସ୍ଥାନୀୟ କେ.ଭି. ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଭାପତି ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି, ଅଧ୍ୟାପକ ଲୋହିତାକ୍ଷ ଯୋଷୀ ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଭାବରେ ଯୁକ୍ତ ଦୁଇ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେଶ କୁମାର ମହାନ୍ତି, ଡ. ଯୁଗଳ କିଶୋର ଷଡ଼ଙ୍ଗୀ, ଡ. ନାରାୟଣ ମିଶ୍ର ଯୋଗ ଦେଇଥିଲେ । ସମ୍ପାଦକ ବିରଞ୍ଚି ନାରାୟଣ ଦାଶ ସଭା ପରିଚାଳନା ଓ ସହ ସମ୍ପାଦିକା ଅଞ୍ଜଳି ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ସର୍ବ ପ୍ରଥମେ ମା’ ବାଗ୍‌ଦେବୀଙ୍କ ଫଟୋଚିତ୍ରରେ ଧୂପଦୀପ ପ୍ରଦାନ କରି ସଭାରମ୍ଭ କରାଯାଇଥିଲା । ସ୍ନାତକୋତ୍ତର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାଇଥିଲେ । ତାପରେ ଅତିଥିମାନଙ୍କୁ ଉପଢୌକନ, ପୁଷ୍ପମାଲ୍ୟ, ବେଚ ଓ ପୁସ୍ତକ ଉପହାର ପୂର୍ବକ ସମ୍ମାନିତ କରାଯାଇଥିଲା । ଡ. ଯୁଗଳ କିଶୋର ଷଡ଼ଙ୍ଗୀଙ୍କ ପ୍ରବନ୍ଧ ସଂକଳନ ଚେତନାର ସ୍ରୋତସ୍ୱିନୀ ଅତିଥି ମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ଅନୁଷ୍ଠାନର ବରିଷ୍ଠ ସଦସ୍ୟ ବିଭୁଦତ୍ତ ସାହୁଙ୍କୁ ଚାକିରୀରୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସଭାପରେ ବିଭୁଦତ୍ତ ସାହୁଙ୍କ ସଂଯୋଜନାରେ ବହୁଭାଷୀ କବିତା ପାଠରେ କବି ନରେନ୍ଦ୍ର ସୁନା, କୁଞ୍ଜ ବିହାରୀ ବେହେରା, ବିନୋଦ ପୁଟେଲ, ଭକ୍ତବନ୍ଧୁ ମେହେର, ବିକାଶ ନାଥ,ଦୀପା ନାୟକ, ଅଞ୍ଜଳି ମାଝୀ, କପିଳେଶ୍ୱର ମାଝୀ, ପ୍ରଭାତ ମିଶ୍ର, ସତ୍ୟ ନାରାୟଣ ମିଶ୍ର ସମେତ ଅନେକ କବି କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ କିଶୋର ବରିହା, ବିରଞ୍ଚି ଖର୍ସେଲ, ଶାନ୍ତନୁ ଷଡ଼ଙ୍ଗୀ, ସସ୍ମିତା ଷଡ଼ଙ୍ଗୀ, ସବିତା ମିଶ୍ର, ଥମିର ଛତ୍ରିଆ, ସୂର୍ଯ୍ୟକାନ୍ତ ରଣା ଆଦି ସହଯୋଗ କରିଥିଲେ ।

Leave A Reply

Your email address will not be published.