jayashree

ସେଲ୍ଫି ନେବା ହେଲା କାଳ, ବ୍ରିଜରୁ ୭୦ ଫୁଟ ତଳକୁ ଖସିଲେ ଯୁବତୀ

ସଇଁତଲା, (ଖୁସିରାଣୀ ସାହୁ) : ସେଲ୍ଫି ନେବା ବେଳେ ଅଘଟଣ। ବ୍ରିଜରୁ ପ୍ରାୟ ୭୦ ଫୁଟ ତଳକୁ ଖସିପଡ଼ିଲେ ଯୁବତୀ। ଠିକ୍ ସମୟରେ ଦେବଦୂତ ସାଜି ଉଦ୍ଧାର ପାଇଁ ଆଗେଇ ଆସିଲେ ଜଣେ ଯୁବକ । ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ବେଲଗାଁ ତେଲନଦୀ ବ୍ରିଜ ନିକଟରେ । ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ଅମାଠ ଶିବ ମନ୍ଦିରକୁ ତିନିଜଣ ଯୁବତୀ ସାଙ୍ଗ ହୋଇ ଯାଇଥିଲେ । ଫେରିବା ବାଟରେ ବେଲଗାଁ ତେଲନଦୀ ବ୍ରିଜ ନିକଟରେ କିଛି ସମୟ ଅଟକିଥିଲେ । ଏହି ସମୟରେ ଜଣେ ଯୁବତୀ ସେଲ୍ଫି ନେଉଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଥିଲେ । ଯୁବତୀଙ୍କୁ ବଞ୍ଚାଇବା ପାଇଁ ସାଙ୍ଗମାନେ ଚିତ୍କାର କରୁଥିବା ବେଳେ ନିକଟରେ ଥିବା ଚନ୍ଦ୍ରହାସ ଖର୍ଷେଲ ତୁରନ୍ତ ସହାୟତା ପାଇଁ ଆଗେଇ ଆସିଥିଲେ । ପରେ ଖବର ପାଇ ସଇଁତଲା ଅଗ୍ନିଶମ ବିଭାଗ ପହଞ୍ଚି ଯୁବତୀ ଓ ଯୁବକଙ୍କୁ ଉଦ୍ଧାର କରିଥିଲା । ଉଦ୍ଧାର ଯୁବତୀ ତୃପ୍ତିମୟୀ ବାବୁଙ୍କୁ ସଇଁତଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣା ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.