jayashree

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ତରଫରୁ ୮୦ତମ ସ୍ଵାଧୀନତା ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ତରଫରୁ ୮୦ତମ ସ୍ଵାଧୀନତା ଦିବସ ଅବସରରେ ବଲାଙ୍ଗିର ପେଲେସ ଲାଇନ୍ ସ୍ଥିତ କାର୍ଯ୍ୟାଳୟଠାରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଆଜିର ଦିନରେ ଅଗଣିତ ବୀର ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ବଳିଦାନ ଓ ସଂଘର୍ଷକୁ ଶ୍ରଦ୍ଧାର ସହ ସ୍ମରଣ କରି, ଦେଶର ଏକତା, ଅଖଣ୍ଡତା ଓ ଗୌରବକୁ ସୁରକ୍ଷିତ ରଖିବା ସହ ଏକ ସଶକ୍ତ, ସମୃଦ୍ଧ ଓ ଆତ୍ମନିର୍ଭର ଭାରତ ଗଠନ ପାଇଁ ନିଜ କର୍ତ୍ତବ୍ୟକୁ ସଚ୍ଚୋଟତାର ସହିତ ପାଳନ କରିଆସୁଛି ସାରା ଭାରତ । ଆମ ହୃଦୟରେ ଦେଶପ୍ରେମର ଭାବନା ସଦା ଜାଗ୍ରତ ରହୁ ଓ ଭାରତ ମାତାଙ୍କ ଗୌରବ ସର୍ବଦା ଉଚ୍ଚରେ ରହୁ ଏହି ଭାବନା ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ୭୮ ବର୍ଷ ହେଲା ରାଷ୍ଟ୍ର କାର୍ଯ୍ୟରେ ନିୟୋଜିତ ଅଛି । ଏହି କାର୍ଯ୍ୟକ୍ରମରେ ସଂଗଠନ ସମ୍ପାଦକ ବିକାଶ ସାହୁ ମୁଖ୍ୟ ଅତିଥି ରୂପେ ପତକା ଉତ୍ତୋଳନ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ବ୍ୟବସ୍ଥା ପ୍ରମୁଖ ମଞ୍ଜିତ କୁମାର କର୍ମୀ, ଜିଲ୍ଲା ସଂଯୋଜକ ଆଲୋକ ଗୁରାଣ୍ଡି, ବ୍ଲକ୍ ସଂଯୋଜକ ଆଲୋକ ଅରୁପାନନ୍ଦ ଯୋଶୀ, ପୂର୍ବତନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବୋଧିସପ୍ତ ବେଜ, ସାଇରାମ ଦାଶ, ପୃଥିରାଜ ନାୟକ, ବିଶ୍ଵଜିତ ପୁରୋହିତ, ନାରାୟଣ ବେହେରା, ସମୀର ବଡମାଲି ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.