
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସ୍ଥିତ ପତିତପାବନ ଏକାଡେମୀରେ ଦେଶର ୮୦ତମ ସ୍ଵାଧୀନତା ଦିବସ ଉତ୍ସାହ ଓ ଦେଶଭକ୍ତି ସହ ପାଳନ କରାଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦ୍ୟୁତୀରଞ୍ଜନ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏସ୍.ଏମ୍.ସି କମିଟି ସଭାପତି ସରୋଜ କୁମାର ମେଶ୍ଵା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସମ୍ମାନିତ ଅତିଥି ଭାବେ ଅବତାର ହୁସେନ ଏବଂ ନାସିର ଖାନ ଉପସ୍ଥିତ ଥିଲେ । ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀମାନେ ଦେଶଭକ୍ତି ଗୀତ, ବକ୍ତୃତା ଓ ନୃତ୍ୟ ପରିବେଷଣ କରିଥିଲେ । ବକ୍ତାମାନେ ସ୍ଵାଧୀନତା ସଂଗ୍ରାମୀଙ୍କ ତ୍ୟାଗ ତଥା ଦେଶଗଠନରେ ଯୁବପିଢିର ଭୂମିକା ଉପରେ ଆଲୋଚନା କରିଥିଲେ ।