
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ସର୍ବଭାରତୀୟ ଅବସରପ୍ରାପ୍ତ କେନ୍ଦ୍ର ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖା ତରଫରୁ ସ୍ଥାନୀୟ ଶବରୀ ନାରାୟଣ ଧର୍ମଶାଳା ଇନ୍ଦିରା ନଗର ବଲାଙ୍ଗିର ଠାରେ ୮୦ ତମ ସ୍ୱାଧୀନତା ଦିବସ ସକାଳ ଘ ୮.୩୦ ମି. ସମୟରେ ପାଳିତ ହୋଇଯାଇଛି । କାର୍ଯ୍ୟକାରୀ ସଭାପତି ମଧୁ ମିର୍ଦ୍ଧାଙ୍କ ଦ୍ଵାରା ପତାକା ଉତ୍ତଳୋନ କରାଯାଇଥିଲା । ଅବସର ପ୍ରାପ୍ତ ହାଲ ସୁନାବେଡା ଇଞ୍ଜିନିୟର ଶିବାଜୀ କୁଅଁର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ । ରାହାସ ବିହାରୀ ଭୋଇ, ବୃଷଭ ସା, ଚମ୍ପେଶ୍ୱର୍ ମିଶ୍ର, ଜନ୍ମେଜୟ ହୋତା, ଯଜ୍ଞାକର ବାରିକ, ମନୋରଞ୍ଜନ ତ୍ରିପାଠୀ, ବୃନ୍ଦାବନ ରଣା, ରୋହିତ କୁମାର ସେଠୀ, ଯଥା ବିଶ୍ୱାଳ, ଅଶୋକ କୁମାର ବୁଡେକ ଓ ସୁଦର୍ଶନ ବୁଡେକ ଉପସ୍ଥିତ ଥିଲେ ।