jayashree

ସାଇଟ କଲେଜରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲି ସାଇଟ କଲେଜ, ପଲ୍ଲିଶ୍ରୀ ଷ୍ଟାଡିୟମ ଠାରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ସୁଶ୍ରୀ ଶିକ୍ଷାନୁଷ୍ଠାନ ସମୂହ ସାଇଟ ଡିପ୍ଲୋମା ଇଂଜିନିୟରିଂ, ସାଇଟ-ଏମ୍‌.ଏସ୍‌.ସି, ବି.ଏସ.ସି, ଜି.ଏନ୍‌.ଏମ୍‌, ଏଏନ୍‌.ଏମ୍‌ ନର୍ସିଂ, ସୁଶ୍ରୀ ଆଇ.ଟି.ସି, ସୁଶ୍ରୀ ଡି.ଏମ୍‌.ଏଲ୍‌.ଟି/ଡି.ଏମ୍‌.ଆର୍‌.ଟି, ପଲ୍ଲିଶ୍ରୀ ହାଇସ୍କୁଲ, ସୁଲୋଚନା ଦେବୀ ଶିଶୁ ମନ୍ଦିର ଓ ଭଗବତୀ କୌଶଲ୍ୟା ସ୍କୁଲ ଅଫ୍‌ ନର୍ସିଂର ବି.ଏସ.ସି, ନର୍ସିଂ ଛାତ୍ରଛାତ୍ରୀ ବୃନ୍ଦ ପ୍ୟାରେଡରେ ଅଂଶଗ୍ରହଣ କରିଥିଲେ । ବିଶିଷ୍ଟ ସମାଜସେବୀ ତଥା ସାଇଟ ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ର ମୁଖ୍ୟ ଅତିଥି ରୁପେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ ଏବଂ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ । ଡ. ଶ୍ରୀ ମିଶ୍ର ଭାଷଣ ପ୍ରଦାନ ପୂର୍ବକ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରି ନିଜେ ଭଲ କାମ କରି ଆଗକୁ ଆଗକୁ ଚାଲିବା ଏବଂ ପଛକୁ ଚାହିଁଲେ ଝୁଣ୍ଟି ପଡିବା । ତେଣୁ ସତର୍କତା ସହ ପ୍ରତ୍ୟେକ କାମ କରିବାକୁ ସେ ପରାମର୍ଶ ଦେଇଥିଲେ । ପଲ୍ଲିଶ୍ରୀ ହାଇସ୍କୁଲ ପ୍ରଧାନ ଶିକ୍ଷକ ବୃନ୍ଦାବନ ମହାକୁର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଆଜିର ସମ୍ମାନିତ ଅତିଥି ରାମଜୀ ଯୁବକ ସଂଘର ସଭାପତି ଡ. ପ୍ରମୋଦ କୁମାର ମିଶ୍ରଙ୍କ ସହିତ ସାଇଟ୍‌ ଡିପ୍ଲୋମା ଇଂଜିନିୟରିଂ ଅଧ୍ୟକ୍ଷା ନମିତା ପଟେଲ, ସାଇଟ୍‌ ନର୍ସିଂ ପ୍ରିନ୍‌ସିପାଲ ସ୍ନିଗ୍ଧାମିନତୀ ଦାନୀ, ଭଗବତୀ କୌଶଲ୍ୟା ନର୍ସିଂ ପ୍ରିନ୍‌ସିପାଲ ବିନୋଦିନୀ ଦାଶ, ସାଇଟ୍‌ ନର୍ସିଂ ଉପ-ଅଧ୍ୟକ୍ଷା ଲୋପାମୁଦ୍ରା ମିଶ୍ର, ସୁଶ୍ରୀ ଆବ.ଟି.ସି. ପ୍ରିନ୍‌ସିପାଲ ଇଂ. ସନ୍ତୋଷ କୁମାର ବ୍ରହ୍ମା, ସୁଲୋଚନା ଦେବୀ ଶିଶୁ ମନ୍ଦିର ପ୍ରଧାନ ଗୁରୁଜୀ ପ୍ରଫୁଲ୍ଲ କୁମାର ମିଶ୍ର, ସାଇଟ୍‌ ଡିପ୍ଲୋମା ଇଂଜିନିୟରିଂ ଭାଇସ-ପ୍ରିନ୍‌ସିପାଲ ଦୁଃଖିଶ୍ୟାମ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । ସ୍ୱାଧୀନତା ଦିବସ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ସହ ପ୍ୟାରେଡ୍‌ରେ ଯୁଗ୍ମ ଭାବରେ ଭଗବତୀ କୌଶଲ୍ୟା ନର୍ସିଂ ଓ ସାଇଟ କଲେଜ ବି.ଏସ୍‌.ସି ନର୍ସିଂ ଛାତ୍ରଛାତ୍ରୀଙ୍କୁ ଟ୍ରଫି ସହ ସାର୍ଟିଫିକେଟ ପ୍ରଦାନ କରାଯିବା ସଙ୍ଗେସଙ୍ଗେ ମିଷ୍ଟାନ୍ନ ବଣ୍ଟନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପରିଶେଷରେ ସାଇଟ୍‌ର ଖେଳ ସଂଯୋଜକ ସୁନିଲ ଚନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.