jayashree

କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ ୮୦ତମ ସ୍ଵାଧୀନତା ଦିବସ ପାଳନ

କେସିଙ୍ଗା, (ପ୍ରୀତେଶ ପଟେଲ) : ଆଜିର ଦିବସ ସମସ୍ତ ଭାରତବାସୀଙ୍କ ମନସ୍କାମନାର ଦିବସ । ଭାରତ ବର୍ଷ ଆଜି ତାହାର ୮୦ ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ଥିବା ପ୍ରତିଷ୍ଠିତ ସାମ୍ବାଦିକ ମହାସଂଘ ପକ୍ଷରୁ ମଧ୍ୟ ସ୍ଥାନୀୟ ମା’ କାଳୀ ଫଟୋ ଷ୍ଟୁଡିଓ ନିକଟରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମହା ଆଡ଼ମ୍ବର ଓ ହର୍ଷ ଉଲ୍ଲାସରେ ୮୦ ତମ ସ୍ୱାଧୀନତା ଦିବସ ପାଳନ କରିଛି । ଏଥିରେ ମହାସଂଘର ସଭାପତି ଦୟା ସୁନାନୀ ପତାକା ଉତ୍ତୋଳନ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ମହାସଂଘ ସମ୍ପାଦକ ପ୍ରୀତେଶ ପଟେଲ ବରିଷ୍ଠ ସାମ୍ବାଦିକ ସୁରେଶ ଅଗ୍ରୱାଲ, ସୁଶାନ୍ତ ମହାପାତ୍ର, ଯଯାତି କେଶରୀ ଦେଓ, ମହମ୍ମଦ ଅଗା ଜାନ୍, ମନୋଜ ସିଂ, ମଧୁ ସିନ୍ଦୂର, ଶିବ ପ୍ରସାଦ ସାହୁ, ସଂଗ୍ରାମ କେଶରୀ ଦେଓ, ବିବେକାନନ୍ଦ ଦାସ, କେଶବ ମେହେର, ତେଜରାଜ ସାହୁ, ମାଧବ ସାହୁ, ପ୍ରସନ୍ନ ନାଏକ, ଜନକ ପୋଢ଼, ମନୋଜ ପୋଡ଼ ଓ ମଧୁସୂଦନ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.