jayashree

ଦେଓଗାଁ ବ୍ଲକସ୍ତରୀୟ ସାମ୍ବିଧାନିକ କର୍ମଶାଳା ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସ୍ଥିତ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ଦେଓଗାଁ ବ୍ଲକ୍ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ବ୍ଲକସ୍ତରୀୟ ସାମ୍ବିଧାନିକ କର୍ମଶାଳା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଦେଓଗାଁ ବ୍ଲକ୍ ସଭାପତି ଅମ୍ବରିଶ ଭୋଇ, ରାଜ୍ୟ ଉପସଭାପତି ସୁଧୀର ନାଏକ, ଜିଲ୍ଲା ସଭାପତି ପ୍ରଦୀପ ପୁଟେଲ, ଜିଲ୍ଲା ସମ୍ପାଦକ ଶଙ୍କର ମିଶ୍ର, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅନିଲ ସାହୁ, ବ୍ଲକ୍ ଓଷ୍ଟା ସମ୍ପାଦକ ପ୍ରେମରାଜ ପ୍ରଧାନ ମଞ୍ଚାସୀନ ହୋଇଥିଲେ । ଏହି ବୈଠକରେ ପର୍ଯ୍ୟବେକ୍ଷକ ଭାବେ ଟିଟିଲାଗଡ ଓଷ୍ଟା ସମ୍ପାଦକ ଗୋବର୍ଦ୍ଧନ ସାହୁ, ବଲାଙ୍ଗିର ବ୍ଲକ୍ ସମ୍ପାଦକ ସଞ୍ଜୟ ତ୍ରିପାଠୀ, ସଇଁତଳା ବ୍ଲକ ସମ୍ପାଦକ ମନୋଜ ବେହେରା ଯୋଗ ଦେଇଥିଲେ । ଏହି ବୈଠକରେ ଦେଓଗାଁ ବ୍ଲକ୍ ଓଷ୍ଟା କମିଟିର କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଥିବାରୁ ନୂତନ ଭାବେ କମିଟି ନିର୍ବାଚନ କରାଯାଇଥିଲା । ନୂତନ କମିଟିରେ ସଭାପତି ଭାବେ ବଡ଼ବାହାଲ ହାଇସ୍କୁଲର ସତ୍ୟନାରାୟଣ ରଣା ସଭାପତି ଭାବେ ଚୟନ ହୋଇଥିବା ବେଳେ ଯୁଗ୍ମ ଭାବେ ଉପ ସଭାପତି ଶିରାବାହାଲ ହାଇସ୍କୁଲର ବାସୁଦେବ ପୋଢ ଏବଂ ଦେଓଗାଁ ହାଇସ୍କୁଲର ସୁଜାତା ମେହେର ଚୟନ ହୋଇଥିଲେ । ସେହିପରି ଯୁଗ୍ମ ସମ୍ପାଦକ ଭାବେ ଦେ ଷଣ୍ଢ ବିଦ୍ୟାଳୟର କେଶବ ଚନ୍ଦ୍ର ପାଣିଗ୍ରାହୀ, ସାରସମାଲ ହାଇସ୍କୁଲର ପବିତ୍ର ବୁଡେକ୍ ଓ ଆନନ୍ଦିନି ମିଶ୍ର ନିୟୋଜିତ ହୋଇଥିଲେ । ଏହାସହ ଆସନ୍ତା ୧୬ ତାରିଖ ଦିନ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଆନ୍ଦୋଳନରେ ଯୋଗ ଦେବାପାଇଁ ସମସ୍ତେ ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଦ୍ୟାଳୟରେ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସାରସମାଲ ବିଦ୍ୟାଳୟର ପବିତ୍ର ବୁଡେକ୍ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.