
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଟାସିଂହା ଠାରେ ଶବ୍ଦନୃତ୍ୟ ଆଦିଗୁରୁ ଭଜମନ ଦାସ କଳା ପରିଷଦ ଆନୁକୂଲ୍ୟରେ ଗୁରୁ ଭଗବାନ ସାହୁଙ୍କ ପଟ୍ଟ ଶିଷ୍ୟ ତଥା ବିଶିଷ୍ଟ ଶବ୍ଦନୃତ୍ୟ ଗୁରୁ ପ୍ରଫୁଲ୍ଲ ନାଏକଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସୁରେଶ ଚନ୍ଦ୍ର ଦାଶଙ୍କ ଆବାହକତ୍ୱରେ ତଥା ପବିତ୍ର ମୋହନ ବେହେରାଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଶୋକସଭାରେ ଅଧିକାରୀ ପାତ୍ର ଅତିଥି ପରିଚୟ କରିଥିଲେ । ମୁଖ୍ୟଅତିଥି ଭାବେ ସାହିତ୍ୟିକ ସଚିଦାନନ୍ଦ ପଧାନ, ମୁଖ୍ୟବକ୍ତା କବି ଅମୂଲ୍ୟ ବେହେରା, ସାମ୍ବାଦିକ ସନ୍ତୋଷ ବିଶି ପ୍ରମୁଖ ଯୋଗଦେଇ ଶବ୍ଦନୃତ୍ୟ ପାଇଁ ଅପୂରଣୀୟ କ୍ଷତି ବୋଲି ପ୍ରକାଶ କରିଥିଲେ । ଶ୍ରଦ୍ଧାଞ୍ଜଳୀ ସଭାରେ ଆନନ୍ଦ ପଶାୟତ, ସରୋଜ ଦାସ, ମୂରଲୀଧର ସେଠୀ, ପ୍ରକାଶ ବେହେରା, ଗଣେଶ ପାଣ୍ଡେ, ପ୍ରଦୀପ ପାତ୍ର, ଅନିରୁଦ୍ଧ ପାତ୍ର, ଅରକ୍ଷିତ ବେହେରା, ସନମତ ସାହୁ ନିରଞ୍ଜନ ଦେହେରୀ, ଜନ୍ମଜୟ ସାହୁ, ରାକେଶ ଦାସ, ଆଦିତ୍ୟ ସାହୁ, ରିଙ୍କୁ ପଧାନ, ଆଶିଷ ସାହୁ, ଶାନ୍ତନୁ ସେଠୀ, ପ୍ରଶାନ୍ତ ବିଶ୍ୱାଳ, ଆଲୋକ ସାହୁ, ଅଶ୍ୱିନୀ ରଣା, ଟୁନା ପଧାନ, ନିମାଇଁ ଚରଣ ଦାଶ, ଧର୍ମେନ୍ଦ୍ର ସେଠୀ, ଅଜିତ ସାହୁ, ଅଭୟ ସାହୁ, ଶାନ୍ତନୁ ସେଠୀ, ତପସ୍ଵିନୀ ଦାସ, ଗୁବର ମେହେର, ଅଜିତ ପାତ୍ର, କ୍ଷିରୋଦ୍ର ପାତ୍ର, କାର୍ତ୍ତିକ ପାତ୍ର, ବିରଞ୍ଚି ସାହୁ, ଗୋକୁଳ ସାହୁ, ଆର୍ତ୍ତତ୍ରାଣ ପୁରୋହିତ, ବୃନ୍ଦାବନ ପୁରୋହିତ, ଶତୃଘ୍ନ ପୁରୋହିତ, ନେହେରୁ ପାତ୍ର, ପଙ୍କଜ ପାତ୍ର, ଅରୁଣ କୁମାର ବଗର୍ତ୍ତି ପ୍ରମୁଖ ଯୋଗଦେଇ ସ୍ୱର୍ଗତ ନାଏକଙ୍କ ସ୍ମୃତି ଚାରଣ କରିଥିଲେ । ଡିଗ୍ରୀ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ ।