jayashree

ବଳଧାରେ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜିକରଣ ଆରମ୍ଭ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ବଳଧା ପ୍ରାଥମିକ କୃଷି ସେବା ସମବାୟ ସମିତି ଲିଃ ଧାନମଣ୍ଡି ଥିଲେ ମଧ୍ୟ ନିକଟସ୍ଥ ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭାଲୁମୁଣ୍ଡା ଧାନ ମଣ୍ଡିରେ ବିରିପାଲି ଓ ବଳଧା ପଞ୍ଚାୟତର ଧାନ ବିକ୍ରି ପାଇଁ ଚାଷୀ ପଞ୍ଜିକରଣ ହେଉଥିଲା । ଏ ନେଇ ଚାଷୀମାନେ କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ଚାଷୀ ସଂଗଠନର ସଭାପତି ଅଜିତ କୁମାର ଯୋଶୀଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ପ୍ୟାକ୍ସ୍ ସମ୍ପାଦକ ଲମ୍ବୋଦର ବଚ୍ଛାଙ୍କ ସହ ଆଲୋଚନା କରି ବଳଧା ପ୍ୟାକ୍ସରେ ଆଜି ଠାରୁ ଚାଷୀ ପଞ୍ଜିକରଣ ଆରମ୍ଭ କରିଛନ୍ତି । ପୂର୍ବରୁ ମଧ୍ୟ ଆରସିଏସ ବଲାଙ୍ଗିର ଓ ଏଆରସିଏସ ଟିଟିଲାଗଡ଼ଙ୍କ ଠାରେ ଦାବି କରାଯାଇଥିବା ବେଳେ ଆଜି ପଦକ୍ଷେପ ନିଆଯାଇଥିବାରୁ ଚାଷୀ ମହଲରେ ଖୁସିର ଲହରୀ ଖେଳିଯାଇଛି । ତେବେ ଚାଷୀମାନେ ବିଭିନ୍ନ କାମ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ।

Leave A Reply

Your email address will not be published.