
କଣ୍ଟାବାଞ୍ଜି, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବଡବାଙ୍କି ପଞ୍ଚାୟତର ସରପଞ୍ଚ ଡୋଲାଧର ବାଗ
ଦୁର୍ନୀତିରେ ଉବୁଟୁବୁ ହେଉଥିବା ଅଭିଯୋଗ ହୋଇଛି । ତାଙ୍କ ହିସାବରେ ପଞ୍ଚାୟତ ସରକାରୀ ରାଜକୋଷରୁ ଲକ୍ଷାଧିକ ଟଙ୍କା ହରିଲୁଟ୍ କରାଯାଉଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ମୁରିବାହାଲ ଗାଁରେ ଗାଁ ସାଥିଙ୍କ ଘରେ ବାହାରେ କଂକ୍ରିଟ କରି ରାସ୍ତା ନିର୍ମାଣ କରାଯାଇଥିବା ଦର୍ଶାଇ ସରକାରୀ ରାଜକୋଷରୁ ୧ ଲକ୍ଷ ଟଙ୍କା ଉଠାଯାଇଥିବା କାଗଜପତ୍ର ଜଣାପଡିବା ଗଣମାଧ୍ୟମରେ ପ୍ରକାଶିତ ହେବା, ବଡବାଙ୍କି ପଞ୍ଚାୟତର ସରପଞ୍ଚ ଡୋଲାଧର ବାଗ ଚିହିଁକି ଉଠୁଛନ୍ତି । ଆମେ କଂକ୍ରିଟ କରିଛୁ ଯଦି ଦୁର୍ନୀତି କରିଛୁ ଚାପ ଯାହା ହେବା କଥା ହେବ କହି ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଯୁକ୍ତି ବାଢ଼ିବା ସହ ଗଣମାଧ୍ୟମର କଣ୍ଠରୋଧ କରିବାକୁ ସେ ଚେଷ୍ଟା କରୁଛନ୍ତି । ସରକାରୀ କାଗଜ ପତ୍ରରେ ମୁରିବାହାଲ ଗାଁର ବାଗପଡାକୁ ରାସ୍ତା ନିର୍ମାଣ କରିବା ପାଇଁ ସରକାରୀ ଖସଡ଼ା ପ୍ରସ୍ତୁତ ହୋଇ କାମ କରାଯାଇଥିବା ବେଳେ ସେହି କାମଟି ଗାଁ ସାଥିଙ୍କ ଘର ଭାବେ ସରପଞ୍ଚଙ୍କ ସଂପୃକ୍ତରେ କଂକ୍ରିଟ କରି ଦୁର୍ନୀତି କରୁଥିବା ଅଭିଯୋଗ ହୋଇଛି । ମୁରିବାହାଲ ଗାଁର ଯେଉଁ ରାସ୍ତା ନିର୍ମାଣ କରିବା ପାଇଁ ଟଙ୍କା ଆସିଥିଲା ସେହି ରାସ୍ତା ଏବେ ମଧ୍ୟ ଖାଲଖମା ହୋଇ ପଡ଼ିରହିଛି । ଯାହା ପାଇଁ ଲୋକ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ଏଠାରେ ବଡବାଙ୍କି ସରପଞ୍ଚଙ୍କ ନଜର ପଡୁନଥିବା ଗାଁ ଲୋକେ ଅଭିଯୋଗ ଆଣିଛନ୍ତି । ରାସ୍ତା ନିର୍ମାଣ ନ କରି ନିଜସ୍ୱ ସ୍ୱାର୍ଥ ରଖି ଏହିପରି ଦୁର୍ନୀତି କରୁଥିବା ମଧ୍ୟ ଗାଁ ଲୋକେ ଅଭିଯୋଗ ଆଣିଛନ୍ତି । ପୂର୍ବରୁ ମଧ୍ୟ ସରପଞ୍ଚ ଅନେକ ଦୁର୍ନୀତିରେ ସଂପୃକ୍ତ ରହିଥିବା ଅଭିଯୋଗ ହୋଇଛି । କିନ୍ତୁ ଶାସକ ଦଳ କ୍ଷମତାରେ ଯେଉଁ ନେତା ଆସିଲେ ତାଙ୍କ ଦଳକୁ ଡେଇଁ ତାଙ୍କ ଛତ୍ରଛାୟା ରହି ଖସିଯିବା ସେ ସବୁ ବେଳେ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି । ଲଗାତାର ଭାବେ ସେ ବିଭିନ୍ନ ରାଜନୈତିକ ଦଳ ଡେଇଁ ଚାଲିଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଗତ କିଛି ମାସ ତଳେ ସରପଞ୍ଚ ଡୋଲାଧର ବାଗ ଗରିବଙ୍କ କାଗଜ ପତ୍ରରେ ଦସ୍ତଖତ ହେଉବା ସ୍ଥାନୀୟ ଅଞ୍ଚଳରେ ଉନ୍ନତି କାମ ଭଳି ଅନେକ କାରବାରରେ ଲିପ୍ତ ରହି ଲାଞ୍ଚ କାରବାରରେ ସଂପୃକ୍ତ ରହିଥିବା ଅଭିଯୋଗ ଆଣି ପଞ୍ଚାୟତ ବିଭିନ୍ନ ୱାର୍ଡ ସଭ୍ୟମାନେ ଅସନ୍ତୁଷ୍ଟ ହୋଇ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିବା ବେଳେ ପଦ ଯିବା ଭୟରେ ସରପଞ୍ଚ ଶ୍ରୀ ବାଗ ୱାର୍ଡ ସଭ୍ୟ ଓ ଲୋକଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ ହୋଇ କ୍ଷମା ମାଗୁଥିବା ଭିଡିଓ ଭାଇରାଲ ହେବା ପରେ ରାଜ୍ୟର ଗଣମାଧ୍ୟମରେ ଶୀର୍ଷ ନାମା ଖବର ପାଲଟିଥିଲା । ଏବେ ପୁଣି ସରପଞ୍ଚ ଶ୍ରୀ ବାଗ ଦୁର୍ନୀତି କରୁଥିବା ବେଳେ ଖବର ପ୍ରକାଶିତ ହେବା ପରେ ରାଗ ତମତମ ହୋଇ ପଡିଛନ୍ତି । ବଡବାଙ୍କି ପଞ୍ଚାୟତ ଯେ, ଗୋଟିଏ ଦୁର୍ନୀତି ହୋଇଛି ତାହା ନୁହେଁ ଏହିଭଳି ଅନେକ କାର୍ଯ୍ୟ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । କିନ୍ତୁ ଏହି ଦୁର୍ନୀତି ତୁରେକେଲା ବ୍ଲକ ପ୍ରଶାସନ ସଂପୃକ୍ତ ରହି ଅଭିଯୋଗକୁ ଚପାଇ ଦେବାକୁ ଉଦ୍ୟମ କରୁଛନ୍ତି କାହିଁକି ଏହି ଘଟଣାରେ ବ୍ଲକ ପ୍ରଶାସନ ଅନେକ ବାବୁ ହାତଗୁଜା ନେଇ ସଂପୃକ୍ତ ରହିଛନ୍ତି ଯଦି ଘଟଣା ସାମ୍ନାକୁ ଆସେ ତେବେ ତାଙ୍କୁ ଭୟଘାରୀ କାହିଁକି ନା ରାଜ୍ୟର ଡବଲ ଇଞ୍ଜିନ ସରକାର ଲୋକଙ୍କ ସରକାର ଦୁର୍ନୀତିରେ ଯେଉଁ ଅଧିକାରୀ ସଂପୃକ୍ତ ରହିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହୁଥିବା ବେଳେ ତାଙ୍କ ଜିଲ୍ଲାର ଉପାନ୍ତ ଥିବା ବ୍ଲକରେ ଏହି ଦୁର୍ନୀତି ଅଭିଯୋଗ ଆସୁଛି । ଏନେଇ ତୁରେକେଲା ବ୍ଲକ ପ୍ରଶାସନର କୌଣସି ଅଧିକାରୀଙ୍କ ମତାମତ ମିଳିପାରିନାହିଁ । ତେବେ ରାଜ୍ୟ ସରକାର ନଜର ଦେଇ ଏହି ପଞ୍ଚାୟତର ଭିଜିଲାନ୍ସ ତଦନ୍ତ କରିବାକୁ ପଞ୍ଚାୟତ ବାସୀ ଦାବି କରିଛନ୍ତି ।