
ସୁନ୍ଦରଗଡ, (କେପିଏନ୍ଏସ୍) : ସୁନ୍ଦରଗଡ ସ୍ଥିତ ଜିଲା ପଞ୍ଚାୟତ ସାଧନ କେନ୍ଦ୍ରର ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣାର ମିଳିତ ଉଦ୍ୟମରେ ଏକ ଦିନିଆ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ ଅନୁଷ୍ଟିତ ହୋଇଯାଇଛି । ଏହି ଶିବିରରେ ଅରୁଣାର ଜିଲ୍ଲା ପରାମର୍ଶଦାତା ଆକାଶ କୁମାର ପାତ୍ରଙ୍କ ସଂଯୋଜନାରେ ତଥା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅଧିକାରୀ ଶ୍ରୀବନ୍ତ ଜେନାଙ୍କ ଅଧ୍ୟକ୍ଷତାରେ ତାଲିମ ହୋଇଥିଲ । ଏହାପରେ ସିଆର୍ଏସ୍ ଓଡ଼ିଶାର ସୁସ୍ମିତା ଭୋଇ ତାଲିମର ପୂର୍ବ ଓ ପରବତ୍ର୍ତ୍ତୀ ଜ୍ଞାନର ପ୍ରଶ୍ନପତ୍ର ସମସ୍ତଙ୍କୁ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଓପନ୍ ଲାର୍ଣିଂ ସିଷ୍ଟମ୍ର ଅଧ୍ୟକ୍ଷ ମନୋତୋଷ ବେହେରା କହିଲେ ଦିବ୍ୟାଙ୍ଗ ଅଧିକାର ଆଇନ୍ ୨୦୧୬, ୨୧ ପ୍ରକାର ଦିବ୍ୟାଙ୍ଗ, ସରକାରଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ, ଆନୁଷ୍ଠାନିକ ବାଧା, ଶିକ୍ଷାରେ ବାଧା, ସାମାଜିକ ଓ ସାଂସ୍କୃତିକ ବାଧା, ଆର୍ଥିକ ବାଧା, ସୂଚନା ଓ ତଥ୍ୟ ଭିତ୍ତିକ ବାଧା ଶିଶୁ ମାନଙ୍କପାଇଁ ଯେଉ ସବୁ ସମସ୍ୟା ଉପୁଜିଥାଏ ଜଣାଇଥିଲେ । ଏହି ଅବସରରେ ତାଲିମଦାତା ଭାବେ ଓପନ୍ ଲର୍ନିଙ୍ଗ ସିଷ୍ଟମ୍ର ବରିଷ୍ଠ ସ୍ୱତନ୍ତ୍ର ପ୍ରଶିକ୍ଷକ ବିଭୂତି ଭୂଷଣ ନନ୍ଦ କହିଲେ ରେଫରାଲ୍ ପ୍ରଣାଳୀରେ ଶୀଘ୍ର ଚିଂହଟିକରଣ, ଆକଳନ, ଚିକିତ୍ସା, ଥଇଥାନ, ଶିକ୍ଷା ଓ ସାମାଜିକ ମଙ୍ଗଳ ବ୍ୟବସ୍ଥା ଉପରେ ବିଶଦ ଉପରେ ଜଣାଇଥିଲେ । ଭିନ୍ନକ୍ଷମ ଶିଶୁଙ୍କ ପାଇଁ ଭିନ୍ନକ୍ଷମ ସାର୍ଟିଫିକେଟ, ୟୁଡିଆଇଡି କାର୍ଡ, ଭତ୍ତା, ବୃତ୍ତି, ଉପକରଣ, ଥେରାପୀ ସେଣ୍ଟର, ଥଇଥାନ ସେବା ବ୍ୟବସ୍ଥା, ସ୍ୱତନ୍ତ୍ର ବିଦ୍ୟାଳୟ ଏବଂ ଆବାସିକ ଅନୁଷ୍ଠାନ ଉପରେ ପ୍ରଶିକ୍ଷଣ ଦେଇଥିଲେ । ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ, ମଧୁବାବୁ ପେନସନ ଯୋଜନା, ଶିକ୍ଷାରେ ବିଭିନ୍ନ ପ୍ରକାର ସହାୟତା, ଗମନାଗମନ ପାଇଁ ରିହାତି ବ୍ୟବସ୍ଥା, ସ୍ୱାବଲମ୍ବୀ ପାଇଁ ଋଣର ବ୍ୟବସ୍ଥା, ଗ୍ରାମୀଣ ଆବାସ ଯୋଜନା, ମିଶନ କ୍ଷମତା ଉପରେ ଜଣାଇଥିଲେ । ଚାଇଲ୍ଡ ହେଲ୍ପ ଲାଇନ୍ର ଜିତୁ ପଟେଲ ସକ୍ରିୟ ଅଂଶଗ୍ରହଣ କରିଥିଲେ । ପରିଶେଷରେ ଆକାଶ କୁମାର ପାତ୍ର ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ ।