
ରାଉରକେଲା, (ସସ୍ମିତା ପ୍ରଧାନ) : ଗତକାଲି ଠାରୁ ଲାଗି ରହିଥିବା ପ୍ରବଳ ବର୍ଷା ଯୋଗୁଁ ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଇସ୍ପାତ ସହରାଞ୍ଚଳର ଅନେକ ଅଞ୍ଚଳ ଏବଂ ବହୁ ବସ୍ତି ଜଳମଗ୍ନ ହୋଇ ରହିଥିଲା । କେତେକ ବସ୍ତିରେ ଲୋକଙ୍କ ଘର ଭିତରେ ମଧ୍ୟ ବର୍ଷା ଜଳ ପଶି ଯାଇଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । କେତେକ ସ୍ଥାନରେ ଲୋକମାନେ ରୋଷେଇ କରି ପାରି ନଥିବା ମଧ୍ୟ ଜଣାପଡିଥିଲା । ବର୍ଷାର ତାଣ୍ଡବ ଲୀଳା ସମ୍ବନ୍ଧରେ ଖବର ପାଇ ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଦୁର୍ଗା ଚରଣ ତନ୍ତୀ ଆଜି ବର୍ଷରେ ପ୍ରଭାବିତ ଅଞ୍ଚଳ ସେକ୍ଟର-୫ରେ ଥିବା ବିବେକାନନ୍ଦ ବସ୍ତି, ସେକ୍ଟର-୧୪ସ୍ଥିତ ଶାନ୍ତି ନଗର ବସ୍ତି, ସେକ୍ଟର-୧୮ ସ୍ଥିତ ସମଲେଶ୍ୱରୀ ବସ୍ତି, ସେକ୍ଟର-୭ ଅଞ୍ଚଳରେ ଥିବା ମୁଣ୍ଡାରୀ ବସ୍ତି, ପାହାଡ଼ପୁର ବସ୍ତି, ବିନ ବସ୍ତି, ସେକ୍ଟର-୧ ଏବଂ ୨ ଅଞ୍ଚଳରେ ଥିବା ଜଗନ୍ନାଥ ବସ୍ତି, ଜଗଧାତ୍ରୀ ବସ୍ତି, ଗଞ୍ଜୁ ବସ୍ତି, ଏନ୍ଆଇଟି ଚେକ ପୋଷ୍ଟ ବସ୍ତି, ଉଦିତନଗର ସ୍ଥିତ ଶୀତଳପଡାର ବିଭିନ୍ନ ବସ୍ତିକୁ ନିଜ ସହକର୍ମୀ ଅଜୟ କଂସାରୀ, ମନୋଜ ପଟ୍ଟନାୟକ, ଅକ୍ଷୟ କୁମାର ଦାସ, ଗଦାଧର ସାହୁ, ସୁନିତା ତିର୍କୀ ସୂର୍ଯ୍ୟନନ୍ଦ ମାଝୀ, ପ୍ରତୀକ ଚନ୍ଦ୍ର ଜେନା, ମନୋଜ ଭୋଇ, ଗିରିଜା ଶଙ୍କର ମହାନ୍ତି, ଚିତ୍ତ ଜେନା ପ୍ରମୁଖଙ୍କ ସହ ଯାଇ ସେଠାରେ ବର୍ଷା ଯୋଗୁଁ ପ୍ରଭାବିତ ହୋଇଥିବା ପ୍ରାୟ ୫୦୦୦ଲୋକଙ୍କୁ ରନ୍ଧା ଖାଦ୍ୟ ବିତରଣ କରିଥିବା ବେଳେ ପ୍ରାୟ ୧୫୦ଜଣଙ୍କୁ ପାଉଁରୁଟି ଏବଂ କେତେଜ ଲୋକଙ୍କୁ ଚୂଡ଼ା ଓ ଗୁଡ଼ ମଧ୍ୟ ପ୍ରଦାନ କରିଥିଲେ । ଅନେକ ସ୍ଥାନରେ ପ୍ରଭାବିତ ଲୋକଙ୍କୁ ସେମାନଙ୍କର ଆବଶ୍ୟକତା ଅନୁସାରେ ଘର ଉପରେ ପକାଇବା ପାଇଁ ପାଲ ଯୋଗାଇଦେବା ପାଇଁ ତହସିଲଦାରଙ୍କୁ ପରାମର୍ଶ ଦେଇଥିଲେ ।