jayashree

ବାନ୍ଦୁରଟିକ୍ରା ୱାର୍ଡ ନଂ-୧୮ରେ ନାଳୀ ସମସ୍ୟା, ପୌରପାଳିକାକୁ ଦାବିପତ୍ର

ବରଗଡ଼, (ମୁନ୍ନା ସାହୁ) : ବରଗଡ଼ ପୌରପାଳିକା ଅନ୍ତର୍ଗତ ବାନ୍ଦୁରଟିକ୍ରା ୱାର୍ଡ ନଂ-୧୮ର ମୁଢିମିଲ୍ ଗଳିରେ ଦୀର୍ଘଦିନ ଧରି ନାଳୀ ସମସ୍ୟା ଲାଗି ରହିଛି । ଏନେଇ ପ୍ରଶାସନକୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଅଞ୍ଚଳବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସମସ୍ୟାର ତୁରନ୍ତ ସମାଧାନ ଦାବିରେ ଆଜି ବରଗଡ଼ ପୌରପାଳିକାର ଇଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସ୍ଥାୟୀ ସମାଧାନ ହେବା ପର୍ଯ୍ୟନ୍ତ ନାଳୀ ଜଳ ନିଷ୍କାସନ ପାଇଁ ଅସ୍ଥାୟୀ ବ୍ୟବସ୍ଥା କରିବା ସହ ଶୀଘ୍ର ସ୍ଥାୟୀ ସମାଧାନର ବାଟ ବାହାର କରିବାକୁ ଦାବି କରାଯାଇଛି । ଏହି ଅବସରରେ ଇଓ ଶୀଘ୍ର ଆବଶ୍ୟକ ପଦକ୍ଷେପ ନିଆଯିବ ଏବଂ ସମସ୍ୟାର ସମାଧାନ କରାଯିବ ବୋଲି ଆଶ୍ୱାସନ ଦେଇଛନ୍ତି ।

Leave A Reply

Your email address will not be published.