jayashree

ସ୍ୱାଧୀନତା ଦିବସ ଅବସରରେ ବିଏସ୍‌ଏଫ୍ ପକ୍ଷରୁ ‘ବନ୍ଦେ ମାତରମ୍’ ବାଇକ୍ ରାଲି

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ସ୍ୱାଧୀନତା ଦିବସ-୨୦୨୬ ଅବସରରେ ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍) ୧୩୬ ବାଟାଲିଅନ୍‌ର ‘ବି’ କମ୍ପାନୀ ପକ୍ଷରୁ ‘ବନ୍ଦେ ମାତରମ୍’ ଥିମ୍‌ରେ ଏକ ବାଇକ୍ ରାଲି ଆୟୋଜିତ ହୋଇଯାଇଛି । କମ୍ପାନୀ କମାଣ୍ଡର ନିର୍ମଳ ଚନ୍ଦ୍ର ଦାସଙ୍କ ତତ୍ତ୍ୱାବଧାନରେ ମିଗୁନପଦର ଓ ସାଡିଙ୍ଗିଆ ସ୍ଥିତ କ୍ୟାମ୍ପରୁ ଏହି ରାଲି ବାହାରି ମିଗୁନପଦର, ବୁଡ଼ିଗୁଡ଼ା, ବାଇଦିପଦର, ସୁର୍ଖାପଙ୍ଗା, ସମରନ୍ଧା, ଦାମନପଦର, ସିଙ୍ଗାବାଲି, କୋଟାପଙ୍ଗା, ସାଡିଙ୍ଗିଆ ହାଟପଦର, ରେବିଲାଡ଼ା, ଗାଡ଼ରପଦର ବାଲିଗୁଡାର ସମଗ୍ର ସହର ପରିକ୍ରମା କରି ପୁଣି ମିଗୁନପଦର କ୍ୟାମ୍ପକୁ ଫେରିଥିଲା । ଏହି ରାଲିରେ ବିଏସ୍‌ଏଫ୍‌ର ଜଣେ ଅଧିକାରୀ, ୫ ଜଣ ଏସ୍‌ଓଏସ୍‌ ଏବଂ ୨୨ ଜଣ ଅନ୍ୟ ପଦାଧିକାରୀଙ୍କ ସମେତ ମୋଟ ୨୮ ଜଣ ଜବାନ ଅଂଶ ଗ୍ରହଣ କରିଥିଲେ । ଏଥିସହ ୩୦ ଜଣ ସ୍ଥାନୀୟ ନାଗରିକ ମଧ୍ୟ ରାଲିରେ ସାମିଲ ହୋଇଥିଲେ । ରାଲି ସମୟରେ ଜବାନ ମାନଙ୍କ ମଧ୍ୟରେ ଉଚ୍ଚ ମନୋବଳ ଓ ଦେଶପ୍ରେମର ଉତ୍ସାହ ପରିଲକ୍ଷିତ ହୋଇଥିବା ବେଳେ ବିଭିନ୍ନ ଗ୍ରାମରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ମଧ୍ୟ ବିଏସ୍‌ଏଫ୍ ଜବାନ ମାନଙ୍କୁ ଉତ୍ସାହଜନକ ଓ ସକାରାତ୍ମକ ସ୍ୱାଗତ ମିଳିଥିଲା । ରାଲିଟି ସୁରକ୍ଷିତ ଭାବେ ସମାପ୍ତ ହେବା ସହ ଜବାନ ଓ ଗ୍ରାମବାସୀଙ୍କ ମଧ୍ୟରେ ସୌହାର୍ଦ୍ଧ୍ୟପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.