jayashree

ଜିଲ୍ଲାସ୍ତରୀୟ କୃମି ନାଶକ ଦିବସ ପାଳିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ସ୍ଥିତ ସରକାରୀ ପିଏମ୍‌ଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ କୃମି ନାଶକ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସ୍ଵାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ପରାମର୍ଶ ଦେଇ କୃମି ନାଶକ ଆଲବେଣ୍ଡଜଲ ବଟିକା ଖୁଆଇ ଶୁଭାରମ୍ଭ କରିଥିଲେ । ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ସିଡିଏମ୍‌ଓ ଡାକ୍ତର ଅକ୍ଷୟ କୁମାର ସାହୁ ଯୋଗଦେଇ କୃମି ହେବାର କାରଣ ନିରାକରଣ ଉପରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ପ୍ରୋବେସନାଲ ଆଇଏଏସ୍ ଜସକରନ୍‌ ସିଂ, ଡିଇଓ ରାଜେଶ କୁମାର ସ୍ଵାଇଁ, ଡିଏମ୍‌ଆରସିଏଚ୍‌ ଶକ୍ତି ଦିଗାଲ, ଏବିଇଓ ହରିହର ମଲ୍ଲିକ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମନୋଜ କୁମାର ରଥ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମ କ. ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବିପିଏଚ୍‌ଓ ଡାକ୍ତର ପ୍ରିୟବ୍ରତ ପାଣିଗ୍ରାହୀଙ୍କ ନେତୃତ୍ୱରେ ଆୟୋଜନ ହୋଇଥିଲା ବେଳେ ବିପିଏମ୍‌ ଡଃ. ମହେନ୍ଦ୍ର ପ୍ରଧାନ, ପିଏଚ୍‌ଇଓ ଅନିତା ନାୟକ, ବାଡା ଅମିର କୁମାର ସାହାଣୀଙ୍କ ସମେତ ସ୍ଵାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ, ସିଏଚଓ, ମହିଳା ସ୍ଵାସ୍ଥ୍ୟ କର୍ମୀ, ଆଶା, ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.