
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଜର୍ଣ୍ଣାଲିଷ୍ଟ ଆସୋସିଏସନର କାର୍ଯ୍ୟାଳୟ ଠାରେ ଆସନ୍ତା ୮୦ ତମ ସ୍ୱାଧୀନତା ଦିବସ ପାଳନ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଆସୋସିଏସନର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୧୫ ତାରିଖ ଦିବା ୧୦ ଘଟିକାରେ କାର୍ଯ୍ୟାଳୟ ପରିସରରେ ସ୍ୱାଧୀନତା ଦିବସ ପାଳନ କରାଯିବ । ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଜାତୀୟ ପତାକା ଉତ୍ତୋଳନ ବେଳେ ବନ୍ଦେ ମାତରଂ ଓ ଜାତୀୟ ସଂଗୀତ ଗାନ କରାଯିବ । ଅତିଥିଙ୍କ ଅଭିଭାଷଣ ପରେ ମିଷ୍ଟାନ୍ନ ବଣ୍ଟନ କରାଯିବ । ଏହି ପ୍ରସ୍ତୁତି ବୈଠକରେ ସଭାପତି ଶ୍ରୀ ପଟ୍ଟନାୟକଙ୍କ ସହ, ଉପସଭାପତି କୁଞ୍ଜବିହାରୀ ରାଉତ, ସାଧାରଣ ସମ୍ପାଦକ ଅରୁଣ ଦାଶ, ସଂଗ୍ରାମ କେଶରୀ ଭୁୟାଁ, ଶୈଳେନ୍ଦ୍ର ସାହୁ, ଗାନ୍ଦୁର ଓରାମ, ରାଜେନ୍ଦ୍ର ପ୍ରସାଦ ପଣ୍ଡା, ସୌମ୍ୟରଞ୍ଜନ ରାଉତ, ରାଜଦୀପ ମହାନ୍ତି, ସୁମନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା କାର୍ଯ୍ୟକ୍ରମରେ ଆସୋସିଏସନର ସମସ୍ତ ସାମ୍ବାଦିକ ଭାଇ ଭଉଣୀମାନେ ଯୋଗଦେବା ପାଇଁ ଅନୁରୋଧ କରାଯାଇଛି ।