jayashree

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର କାର୍ଯ୍ୟକାରିଣୀ ବୈଠକ ଲାଲଟିକ୍ରା ସ୍ଥିତ ସିଦ୍ଧ ଶଙ୍କରର ମିଟିଂ ହଲ ଠାରେ ସଭାପତି ପ୍ରଭାକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଉପଦେଷ୍ଟା ନାରାୟଣ ପାଢୀଙ୍କ ସ୍ୱାଗତ ଭାଷଣ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମେ ସଭାପତି ଉକ୍ତ ବୈଠକର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିବା ସହ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ସାଧାରଣ ସଂପାଦକ କପିଳେଶ୍ୱର ଖମାରୀ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ ଏବଂ ଆଗାମୀ କାର୍ଯ୍ୟକ୍ରମ ଉପରେ ପ୍ରସ୍ତାବ ରଖିଥିଲେ । ଆସନ୍ତା ଅଗଷ୍ଟ ୧୫ ସୂଚାରୁ ରୂପେ ପାଳନ କରିବା ନିମନ୍ତେ ଆୟୋଜନ କରିବାକୁ ମୁଖ୍ୟ ଉପଦେଷ୍ଟା ନାରାୟଣ ପାଢୀ, ସଂଗଠନ ସଂପାଦକ ବିନୟ କୁମାର ମିଶ୍ର ଏବଂ କୋଷାଧ୍ୟକ୍ଷ ଚୁଡେନ୍ଦ୍ର କୁମାର ବେହେରାଙ୍କୁ ଦାୟିତ୍ୱ ଅର୍ପଣ କରାଗଲା । କୋଷାଧ୍ୟକ୍ଷ ଶ୍ରୀ ବେହେରା ଆୟବ୍ୟୟର ହିସାବ ଦେଇଥିଲେ । ଉକ୍ତ ବୈଠକର ଆଲୋଚନାରେ ମଥାମଣି ପଣ୍ଡା, ବିପିନ ବିହାରି ପୁରୋହିତ, ଯୁଗ୍ମ ସଂପାଦକ ଗୌର ଚନ୍ଦ୍ର ପୁରୋହିତ ଅଂଶଗ୍ରହଣ କରି ନିଜ ନିଜ ପ୍ରସ୍ତାବ ଉପସ୍ଥାପନା କରିଥିଲେ । ତତ୍‌ ସଙ୍ଗେ ସଙ୍ଗେ ମଂଚର ଉପସଭାପତି ଇଂ ହରେକୃଷ୍ଣ ମେହେର, ଉପଦେଷ୍ଟା ଧନଞ୍ଜୟ ମିଶ୍ର, କାର୍ଯ୍ୟାଳୟ ସଂପାଦକ ଗଣେଶ ଚନ୍ଦ୍ର ପାଢୀ ତଥା ସଭ୍ୟ ପୂର୍ଣ୍ଣଚନ୍ଦ୍ର ମେହେର, କୃଷ୍ଣଚନ୍ଦ୍ର ନାଥ, ବ୍ରଜ କିଶୋର ପଣ୍ଡା, ନବୀନ କୁମାର ନନ୍ଦ, ପ୍ରମୋଦ କୁମାର ଗୁରୁ, ବିଜୟ କୁମାର ବାଗ, ତ୍ରିଲୋଚନ ଦାଶ, ପ୍ରଦୀପ କୁମାର ଶତପଥି, ଛାୟାକାନ୍ତ ସାହୁ, ଦୟାସାଗର ପଟେଲ ପ୍ରମୁଖ ଉପସ୍ଥିତ ରହି ନିଜର ମନ୍ତବ୍ୟ ପ୍ରକାଶ କରିଥିଲେ । ଶେଷରେ ସହ-ସଂପାଦକ ସୁନିଲ ଚନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.