jayashree

ଓଡିଆ ସାହିତ୍ୟ ମହୋତ୍ସବରେ ବଲାଙ୍ଗିର ପ୍ରତିନିଧି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜଗନ୍ନାଥ ଧାମ ପୁରୀର ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟରେ ତିନିଦିନ ଧରି ଓଡିଶା ସାହିତ୍ୟ ମହୋତ୍ସବ ଓ ରାଷ୍ଟ୍ରୀୟ ଯୁବ ସାହିତ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଶାଖାରୁ ୨୫ ଜଣ ପ୍ରତିନିଧି ଯୋଗଦାନ କରିଥିଲେ । ସେମାନଙ୍କ ମଧ୍ୟରେ ପ୍ରବନ୍ଧ ପାଠରେ ଡ. ଭବାନୀ ଶଙ୍କର ପଟେଲ ଓ କବିତା ପାଠରେ ଚୁମକି ଦାସ, ସବିତା ଭୋଇ, ଗିରିଜା ରଥ, ରଶ୍ମି ପାତ୍ର, ମଦନ ରଥ, ନଳିନୀ ଶତପଥୀ, ସଂଯୁକ୍ତା ମେହେର, ଗୋପୀକୃଷ୍ଣ ପାଣ୍ଡିଆ, ଡା. ଭବାନୀ ଶଙ୍କର ପଟେଲ ଅଂଶ ଗ୍ରହଣ କରିଥିଲେ । ଓଡିଶା ସାହିତ୍ୟ ଏକାଡେମୀ, ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଦୁଇ ଦିନ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତର ବିଭିନ୍ନ ପ୍ରାନ୍ତରୁ କବି ତଥା ସାହିତ୍ୟିକମାନେ ଯୋଗ ଦେଇଥିଲେ । ଉଦ୍‌ଘାଟନ ଉତ୍ସବରେ ସଂସ୍କୃତି ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଯୋଗ ଦେଇଥିଲେ । ଅତିଥିମାନଙ୍କ ମଧ୍ୟରେ ସଂସ୍କୃତ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଭାତ କୁମାର ମହାପାତ୍ର ଓ ଓଡିଆ ବିଶ୍ୱ ବିଦ୍ୟାଳୟର କୁଳପତି ସତ୍ୟ ନାରାୟଣ ଆଚାର୍ଯ୍ୟ, କେନ୍ଦ୍ର ସାହିତ୍ୟ ଏକାଡେମୀର ଉପସଭାପତି ପ୍ରଫେସର କୁମୁଦ ଶର୍ମା, ଓଡିଆ ସାହିତ୍ୟ ପରିଷଦ କେନ୍ଦ୍ରୀୟ ମନ୍ତ୍ରୀ ପବନ କୁମାର, ଅଖିଳ ଭାରତୀୟ ପ୍ରାନ୍ତର ସଭାପତି ଅଭୟ କୁମାର ନାୟକ, ସାଧାରଣ ସଂପାଦକ ସନ୍ତୋଷ କୁମାର ମହାପାତ୍ର, ସଂଗଠନ ମନ୍ତ୍ରୀ ନାରାୟଣ ନାୟକ, ସଂପାଦକ ରାମକୃଷ୍ଣ ତ୍ରିପାଠୀ ଯୋଗ ଦେଇଥିଲେ । ଏଥିରେ ବିଭିନ୍ନ କବି ଓ ଲେଖକଙ୍କ ସାହିତ୍ୟ କୃତି ଉପରେ ଆଲୋଚନା ହୋଇଥିଲା । ରାଷ୍ଟ୍ର ବୋଧ ଆଧାରିତ ୧୫୦ ଗୋଟି କବିତା ପଠନ ହେଇଥିଲା । ଯାହା ସଂପାଦକ ପ୍ରକାଶିତ କରିବାକୁ ରାଜି ହୋଇଛନ୍ତି । ବଲାଙ୍ଗିର ପାଟଣାଗଡ ମହିଳା କଲେଜର ଛାତ୍ରୀମାନେ ପ୍ରବନ୍ଧରେ ପ୍ରଥମ, ଦ୍ୱିତୀୟ, ତୃତୀୟରେ ଯଥାକ୍ରମେ ବର୍ଷା ଭୋଇ, ସ୍ମୃତି ସାହୁ, ଜ୍ୟୋତି ସାହୁ ସମ୍ମାନିତ ହୋଇଥିଲେ । ଏହି ମହୋତ୍ସବରେ ସଂପାଦକ ରାମ ଚନ୍ଦ୍ର ପଟେଲ, ରଙ୍କ ମଣି ବାରିକ, ବିଭୁତି ଭୂଷଣ ମିଶ୍ର, ବିରଞ୍ଚି ନାରାୟଣ ଦାଶ, ସୁନାଧର ବନଛୋର, ଲକ୍ଷ୍ମଣ ତ୍ରିପାଠୀ, ଦୟାନିଧି ନାଏକ, ଗୋପାଳ ପ୍ରଧାନ, ସତ୍ୟାନନ୍ଦ ବିଶ୍ୱାଳ ଯୋଗ ଦେଇ ସହଯୋଗ କରିଥିଲେ ।

Leave A Reply

Your email address will not be published.