jayashree

ଆଦ୍ୟାଶକ୍ତି ନାରୀ ସଂଗଠନରେ ବିଶ୍ୱ ସ୍ତନ୍ୟପାନ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ନାରୀ ସଂଗଠନ ଆଦ୍ୟାଶକ୍ତି ନାରୀ ସଂଗଠନ ତରଫରୁ ଲକ୍ଷ୍ମୀନାରାୟଣ ମନ୍ଦିର ଠାରେ ସଭାପତି ମାଳତୀ ଉଦ୍‌ଗାତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡା. ସନ୍ଧ୍ୟାରାଣୀ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ମାଆମାନେ ନିଜର ଶିଶୁମାନଙ୍କୁ ସ୍ତନ୍ୟପାନ କରାଇବାର ଉପକାରିତା ବୁଝାଇବାକୁ ଯାଇ କହିଥିଲେ ଯେ, ମାଆର କ୍ଷୀର ଅମୃତ ସମାନ ତା’ ପରି ଖାଦ୍ୟ ଶିଶୁ କେଉଁଠି ପାଇପାରିବା ନାହିଁ । ମାଆମାନେ ସ୍ତନ୍ୟପାନ କରାଇଲେ ସ୍ତନ କର୍କଟ ଭଳି ଦୁଃସାଧ୍ୟ ରୋଗରୁ ମଧ୍ୟ ମୁକ୍ତି ପାଇପାରିବ । ମୁଖ୍ୟବକ୍ତା ଭାବେ ମୋକ୍ଷଦା ଶର୍ମା ଶିଶୁର ଗର୍ଭାଧାନ ଠାରୁ ଶିଶୁକୁ ସ୍ତନ୍ୟପାନର ଉପକାରିତା ସଂପର୍କରେ ମତବ୍ୟକ୍ତ କରିଥିଲେ । ସ୍ତନ୍ୟପାନ ଦିବସର ପାଳନର ଉଦ୍ଦେଶ୍ୟ ସଂପର୍କରେ ଡ. ପ୍ରେମଚାନ୍ଦ ମହାନ୍ତି ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଅତିଥି ପରିଚୟ ଦେଇଥିଲେ ରାଜଶ୍ରୀ ତ୍ରିପାଠୀ । ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ନିହାରିକା ମିଶ୍ର ଏବଂ ମଂଚ ପରିଚାଳନା କରିଥିଲେ କସ୍ତୁରୀ ରଥ । ଏହି କାର୍ଯ୍ୟକ୍ରମକୁ ଆରତି ଗୁରୁ, ସୌଦାମିନୀ ମିଶ୍ର, ଶୋଭିନୀ ମହାଲିଙ୍ଗ, ନିରୁପମା ମିଶ୍ର, ଆରତି ତ୍ରିପାଠୀ, ଯଶୋବନ୍ତୀ ମିଶ୍ର, ସଂଯୁକ୍ତା ମିଶ୍ର, ଭୂମି କେତକୀ, ତପସ୍ୱିନୀ ପସାୟତ, ଦିପ୍ତୀମୟୀ ମିଶ୍ର, ମିନାକ୍ଷୀ ଗୁରୁ, ମାଧୁରୀ କୁଅଁର, ନିରୁପମା ପାଣିଗ୍ରାହୀ, ଭୁବନେଶ୍ୱରୀ ନାଗ, ମିନତୀ ଗୁରୁ, ଶାଶ୍ୱତୀ ନନ୍ଦ, ନଳିନୀ ତ୍ରିପାଠୀ, ସନ୍ତୋଷିନୀ ମିଶ୍ର, ବାସନ୍ତୀ କାଲସାଏ, କାମିନୀ ମାହାର, ଲଳିତା କାଲସାଏ, ଅରୁଣ କୁମାର ଖୁଆସ, ଡା. ଗୋଦାବାରିଶ ରଥ, ରାଜେଶ ଶର୍ମା, ନାରୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏବଂ ଗାୟତ୍ରୀ ପରିବାରର ଭଉଣୀମାନେ । ଶେଷରେ କୁମୁଦିନୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.