jayashree

ରୋଟାରୀ କ୍ଲବ ଅଫ୍ ଭାଇବ୍ରାଣ୍ଟର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ଭାଇବ୍ରାଣ୍ଟ ତରଫରୁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରାଯାଇଛି । କାର୍ଯ୍ୟକ୍ରମ ଗୁଡିକ ମଧ୍ୟରେ ହାଇଟେକ୍ ମେଡିକାଲ୍ କଲେଜର ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟସେବା ଶିବିର ବେଦବ୍ୟାସ ସ୍ଥିତ ଗୁରୁକୁଳ ଆଶ୍ରମରେ ଅନୁଷ୍ଠିତ ହୋଇଯାଇଛି । ହାଇଟେକ୍ ମେଡିକାଲ୍ କଲେଜର ଏଜିଏମ୍‌ ଶୁଭାଶିଷ ତ୍ରିପାଠୀଙ୍କ ନେତୃତ୍ୱରେ ଏକ ଡ଼ାକ୍ତରୀ ଦଳ ଓ ଭାଇବ୍ରାଣ୍ଟ ସଦସ୍ୟଙ୍କ ସହାୟତାରେ ଆଶ୍ରମର ପ୍ରାୟ ୨୦୦ ଜଣ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ରକ୍ତ ପରୀକ୍ଷା କରିବା ସହ ଔଷଧ ବିତରଣ କରାଯାଇଥିଲା । ସେହିପରି ଆଶ୍ରମର ପ୍ରାକ୍ତନ ଅଧ୍ୟକ୍ଷ ଡ. ଉମାକାନ୍ତ ପଣ୍ଡାଙ୍କ ପ୍ରତ୍ୟକ୍ଷ ସହଯୋଗରେ ଅନ୍ତେବାସୀଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା । ଅନ୍ୟପଟେ ପୂର୍ବରୁ ଏକ ସଚେତନତା କାର୍ଯ୍ୟକ୍ରମରେ ପ୍ରାକ୍ତନ ପ୍ରଫେସର ରୋଟାରିଆନ ଅଞ୍ଜଳି ହୋତା ଡେଙ୍ଗୁ, ମ୍ୟାଲେରିଆରୁ ମୁକ୍ତି ପାଇବା ପାଇଁ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଭାଇବ୍ରାଣ୍ଟ ସଭାପତି ରୋଟାରିଆନ ଡ. ସଞ୍ଜୁକ୍ତା ପତି, ସମ୍ପାଦକ ରୋଟାରିଆନ ବିଜୟଲକ୍ଷ୍ମୀ ତ୍ରିପାଠୀ, ତଥା ସମସ୍ତ ରୋଟାରିଆନ ବସନ୍ତ ତନ୍ତୀ, ପ୍ରଶାନ୍ତ ପାତ୍ର, ଅଶୋକ ମିଶ୍ର, ଅଞ୍ଜଳି ହୋତା, ଅନିତା ନାୟକ, ଅନିତା ଜୈନ, ଡ଼. ନିବେଦିତା ପଟ୍ଟନାୟକ ରାୟ, ନିରୁପମା ପତି, ସୌଦାମିନୀ ଶତପଥୀ ତଥା କାର୍ଯ୍ୟକ୍ରମର ଅଧ୍ୟକ୍ଷ ବିଘ୍ନେଶ ପତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.