jayashree

ଅମ୍ବାଦଳା ଥାନାରେ ନବାଗତ ଅଧିକାରୀଙ୍କୁ ଭବ୍ୟ ସ୍ୱାଗତ

  • ଆଇନ ଶୃଙ୍ଖଳା ସୁଦୃଢ଼ ପାଇଁ ସାମ୍ବାଦିକ ସଙ୍ଘର ଆଲୋଚନା

ମୁନିଗୁଡା, (ରମାକାନ୍ତ ପଡାଲ) : ମୁନିଗୁଡା ବ୍ଲକ ଅଧୀନ ଅମ୍ବାଦଳା ଥାନାର ପୂର୍ବତନ ଆଇଆଇସି ସୂର୍ଯ୍ୟ ଚନ୍ଦ୍ର ପାଢ଼ୀଙ୍କ ହଠାତ୍ ବଦଳି ପରେ ଜିଲ୍ଲା ମୁଖ୍ୟାଳୟରେ କାର୍ଯ୍ୟରତ ଥିବା ଦକ୍ଷ ଅଧିକାରୀ ପ୍ରଶାନ୍ତ କୁମାର ସେଠୀଙ୍କୁ ନୂତନ ଭାବେ ଅମ୍ବାଦଳା ଥାନା ଅଧିକାରୀ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ଏହି ଅବସରରେ ମୁନିଗୁଡା ବ୍ଲକ ସାମ୍ବାଦିକ ସଙ୍ଘ ପକ୍ଷରୁ ନବାଗତ ଅଧିକାରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସଙ୍ଘର ସଭାପତି ଦେବେନ୍ଦ୍ର ନାୟକଙ୍କ ନେତୃତ୍ୱରେ ସଙ୍ଘ କର୍ମକର୍ତ୍ତା ଓ ସଦସ୍ୟ ଥାନାରେ ଉପସ୍ଥିତ ରହି ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିଥିଲେ । ସ୍ୱାଗତ ପରେ ଏକ ସୌହାର୍ଦ୍ଧ୍ୟପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସାମ୍ବାଦିକ ସଙ୍ଘ ପକ୍ଷରୁ ଅମ୍ବାଦଳା ଅଞ୍ଚଳରେ ଦିନକୁ ଦିନ ଭାଙ୍ଗିପଡୁଥିବା ଆଇନ ଶୃଙ୍ଖଳା, ବଢୁଥିବା ବେଆଇନ ନିଶା କାରବାର ଉପରେ ଅଙ୍କୁଶ ଲଗାଇବା ଏବଂ ଗ୍ରାମାଞ୍ଚଳରେ ପୋଲିସର କଡା ନଜର ରଖିବା ପାଇଁ ଗୁରୁତ୍ୱାରୋପ କରାଯାଇଥିଲା । ଏହାର ଉତ୍ତରରେ ନୂତନ ଥାନା ଅଧିକାରୀ ଶ୍ରୀ ସେଠୀ ସାମ୍ବାଦିକ ଓ ସାଧାରଣ ଜନତାଙ୍କ ସହଯୋଗ କାମନା କରିବା ସହ ଅମ୍ବାଦଳାରେ ଶାନ୍ତି ଶୃଙ୍ଖଳା ସୁଦୃଢ଼ କରିବାକୁ ପ୍ରତିଶୃତି ଦେଇଥିଲେ । ଏହି ସ୍ୱାଗତ କାର୍ଯ୍ୟକ୍ରମରେ ଉପସଭାପତି ଦୟାନିଧି ସାହୁ, ବରିଷ୍ଠ ସାମ୍ବାଦିକ ରାମପ୍ରକାଶ କରକରିଆ, କୁଶ ପାଢ଼ୀ, ଭଗବାନ କରକରିଆ, ଜେମ୍ସ ଜେମ୍ସନ, ରମାକାନ୍ତ ପଡାଲ, ଶଙ୍କର କୌଶଲ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.