jayashree

ଜୁଆ ଆଡ୍ଡା ଠାବ କଲେ ଜିଲ୍ଲାପାଳ ଡ. ନୃପରାଜ ସାହୁ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସିଏଚ୍‌ସି ପରିଦର୍ଶନ ସମୟରେ ନିକଟରେ ଥିବା ଏକ ଜୁଆ ଆଡ୍ଡା ଠାବ କରିଛନ୍ତି ଜିଲ୍ଲାପାଳ ଡ. ନୃପରାଜ ସାହୁ । ସୂଚନାରୁ ଜଣାପଡ଼ିଛି ଯେ, ମେଡିକାଲ ନିକଟରେ ଏକ ଶୌଚାଳୟ ନିର୍ମାଣ ହୋଇ ପରିତ୍ୟକ୍ତ ଅବସ୍ଥାରେ ରହିଛି । ସ୍ଥାନୀୟ କିଛି ଭଦ୍ରବ୍ୟକ୍ତିଙ୍କ ସହ ତାହା ଦେଖିବାକୁ ଗଲାବେଳେ ତା କଡ଼ରେ ଏକ ଜୁଆ ଆଡ୍ଡା ଦେଖି ତାଜୁବ ହୋଇଯାଇଥିଲେ ଜିଲ୍ଲାପାଳ । ସେଠାରେ କିଛି ଯୁଆଡି ଜୁଆ ଖେଳୁଥିବା ବେଳେ ଜିଲ୍ଲାପାଳଙ୍କୁ ଦେଖି ଫେରାର ମାରିବାରେ ସକ୍ଷମ ହୋଇଥିବା ବେଳେ ତାଙ୍କ ମଧ୍ୟରୁ ୨ ଜଣ ଜୁଆଡିଙ୍କୁ ଅଟକ ରଖାଯିବା ସହ ପୋଲିସକୁ ତୁରନ୍ତ ଡକାଇ ଜିମା ଦେଇଥିବା ଦେଖାଯାଇଥିଲା । ଏହି ପରିଦର୍ଶନ ସମୟରେ ବିଡିଓ ସଞ୍ଜୀବ ସାହୁଙ୍କ ସହ ପ୍ରସାଶନିକ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.