jayashree

ପଣ୍ଡିତ ପଦ୍ମଭୂଷଣ ନୀଳକଣ୍ଠ ଦାସଙ୍କ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ଓଏସ୍‌ଏପି ସରକାରୀ ଉଚ୍ଚ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ୧୪୩ ତମ ଜୟନ୍ତୀ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ମଞ୍ଚର ସାଧାରଣ ସମ୍ପାଦକ ତଥା କାର୍ଯ୍ୟକ୍ରମର ଆବାହକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ଚୌଧୁରୀ ସଭାପତିତ୍ୱ କରିଥିଲାବେଳେ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟଅତିଥି, କବି ଗୌତମ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପଣ୍ଡିତ ନୀଳକଣ୍ଠଙ୍କ ଜୀବନାଦର୍ଶ, ସାହିତ୍ୟ କୃତି ସମ୍ପର୍କରେ ଆଲୋଚନା କରିଥିଲେ । ଆବାହକ ଶ୍ରୀ ମହାପାତ୍ର, ମୁଖ୍ୟଅତିଥି ଶ୍ରୀ ରାଉତ, ସମ୍ମାନିତ ଅତିଥି ଶ୍ରୀ ଦାସ ନୀଳକଣ୍ଠଙ୍କ ସମ୍ପର୍କରେ ବକ୍ତବ୍ୟରେ କହିଲେ ଯେ ସେ ଥିଲେ ସଂସ୍କାର ଆନ୍ଦୋଳନର ଜନକ, ପଣ୍ଡିତ ଏକାଧାରାରେ ବାଗ୍ମୀ, ଶିକ୍ଷାବିତ, କବି, ସମୀକ୍ଷକ, ପ୍ରାବନ୍ଧିକ, ସ୍ୱାଧୀନତା ସଂଗ୍ରାମୀ, ଶିଶୁ ସାହିତ୍ୟିକ, ବ୍ୟବସ୍ଥାପକ, ରାଜନେତା, ଆଜନ୍ମ ବିପ୍ଳବୀ ଓ ସଂସ୍କାରବାଦୀ ଥିଲେ । ଅଛୁଆଁ ଭେଦଭାବକୁ ସେ ଆଜନ୍ମ ବିରୋଧ କରୁଥିଲେ । ଓଡ଼ିଆ ଭାଷାକୁ ସ୍ୱତନ୍ତ୍ର ମର୍ଯ୍ୟାଦା ପାଇଁ ତାଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ଥଲା । ସମାଜ, ନବଭାରତ ପତ୍ରିକାର ସମ୍ପାଦକ ସହ କାବ୍ୟ କବିତା, ଖାରବେଳ, କୋଣାର୍କେ, ରାମଚଣ୍ଡୀରେ ରାତି, ରାମଚଣ୍ଡୀରେ ସକାଳ, ମାୟାଦେବୀ ଆଦି ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିଛି ବୋଲି ଅତିଥିମାନେ ମତ ରଖିଥିଲେ । ଏହି ଅବସରରେ ଛାତ୍ରୀ ଖୁସି ଓରାମ ପଣ୍ଡିତଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସେହିପରି ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ସଠିକ ଉତ୍ତର ଦେଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ବିଦ୍ୟାଳୟର ପୂର୍ଣ୍ଣଚନ୍ଦ୍ର ବେହେରା କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ସଂଗୀତାରାଣୀ ବିଶ୍ୱାଳ, ମୌସୁମୀ ମିତ୍ର, ରବିନାରାୟଣ ପାତ୍ର, ମାନସ ସାହୁ, ପ୍ରତାପ କୁମାର ପ୍ରଧାନ ଓ ବିକାଶ ଚନ୍ଦ୍ର ମହାନ୍ତି ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.