ରାଜ୍ୟସ୍ତରୀୟ ସେମିନାରରେ ଭାଗ ନେଲେ ବଲାଙ୍ଗିରର ଦୁଇ ବିଚାରକ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉଷୁ ଆସୋସିଏସନ ଅଫ୍ ଓଡିଶା ଓ ଖୋର୍ଦ୍ଧା ଉଷୁ ସଂଘର ମିଳିତ ଭାବରେ ଦୁଇ ଦିନିଆ ଓଡିଶା ରାଜ୍ୟ ଉଷୁ ବିଚାରକଙ୍କ ପାଇଁ (ଜଜ) ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଜିଲ୍ଲାରୁ ମୋଟ ୪୨ ଜଣ ବିଚାରକ ଭାଗ ନେଇଥିଲେ । ଏହି ଦୁଇ ଦିନିଆ ସେମିନାରରେ ବିଶେଷଜ୍ଞଙ୍କ ଦ୍ୱାରା ଟାଉଳୁ (ଇଭେଣ୍ଟ) ଏବଂ ସାଣ୍ଡା (ଫାଇଟ) ର ପ୍ରାକ୍‌ଟିକାଲ ସହିତ ଭିଡିଓ ବିଶ୍ଲେଷଣ ଏବଂ ଅନ୍‌ଲାଇନ ପରୀକ୍ଷା ସଫଳତାର ସହିତ ଅନୁଷ୍ଠିତ ହୋଇଥିଲା । ବିଶେଷଜ୍ଞ ଭାବରେ ଅନୁରାଧା ଦୋରା, ସୁଶାନ୍ତ ନାୟକ ଓ ଦିବ୍ୟାମୋହନ ପ୍ରଧାନ ଏବଂ ଅନ୍ତର୍ଜାତୀୟ ଉଷୁ ଏସ୍ ଅସ୍ ହରିଚନ୍ଦନ, ପ୍ରଦୁମ୍ନ ବେହେରାଙ୍କ ମାର୍ଗ ଦର୍ଶନରେ ଏହି ସେମିନାର ପରିଚାଳିତ ହୋଇଥିଲା । ଏଥିରେ ବଲାଙ୍ଗିର ଜିଲ୍ଲାରୁ ଆଲୋକ ନାୟକ ଏବଂ ଯୁଧିଷ୍ଠିର ଗୁରହାଣ୍ଡି ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଥିଲେ । ଉଦ୍‌ଯାପନି ଉତ୍ସବରେ କ୍ରୀଡା ବିଭାଗର କ୍ଷଣପ୍ରଭା ମହାନ୍ତି, ଓଡିଶା ହାଇକୋର୍ଟର ବରିଷ୍ଠ ଓକିଲ ସୂର୍ଯ୍ୟ ଦାସ ଅତିଥି ଭାବରେ ଯୋଗ ଦେଇଥିଲେ ବୋଲି ବଲାଙ୍ଗିର ଜିଲ୍ଲା ଉଷୁ କୋଚ ଯୁଧିଷ୍ଠିର ଗୁରହାଣ୍ଡି ସୂଚନା ଦେଇ ଥିବା ବେଳେ ସଂଘ ସଭାପତି ତପନ ପାଣିଗ୍ରାହୀ ଶୁଭେଚ୍ଛା ଜଣାଇଛନ୍ତି । ଆଜି ବଲାଙ୍ଗିର ଜିଲ୍ଲା ଖେଳ ଅଧିକାରୀ ଏସ୍‌.ଏସ୍ ଦାସ କୃତି ଉଷୁ ବିଚାରକ ଦ୍ୱୟଙ୍କୁ ସମ୍ବର୍ଦ୍ଧନା ଦେଇଛନ୍ତି ।

Leave A Reply

Your email address will not be published.