- ଆଜି ହେବ ସମସ୍ତ ବିଭାଗର ଫାଇନାଲ ମ୍ୟାଚ୍
- ୧୯ ବର୍ଷରୁ କମ୍ ଫାଇନାଲରେ ବିଜୟ ଗୁଡିଆ ଓ ଶ୍ରୀୟାଂଶ କେଜ୍ରିୱାଲ
- ୬୫ ବର୍ଷ ସିଙ୍ଗଲ୍ସରେ ଗୋପାଳ ପଣ୍ଡା ଓ ସନାତନ ହାତୀ
- ୧୫ ବର୍ଷ ବାଳିକା ଫାଇନାଲରେ ରିଚା ଅଗ୍ରୱାଲ ଓ ଆଲିସା ସାହୁ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ବ୍ୟାଡ଼ମିଣ୍ଟନ ସଂଘ ବଲାଙ୍ଗିର ଆନୁକୂଲ୍ୟରେ ୟନେକ୍ସ-ସନରାଇଜ ଜିଲ୍ଲା ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ୍ ଆଜି ତୃତୀୟ ଦିନର ଖେଳରେ ପ୍ରାୟତ ସମସ୍ତ ବିଭାଗର ଫାଇନାଲ ଲାଇନଅପ୍ ଚୁଡ଼ାନ୍ତ ହୋଇଯିବ । ଏ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଥିବା ପ୍ରତିଯୋଗିତାରେ ୧୯ ବର୍ଷରୁ କମ୍ ବାଳକ ଫାଇନାଲରେ ବିଜୟ ଗୁଡିଆଙ୍କ ସହ ଶ୍ରୀୟାଂଶ କେଜ୍ରିୱାଲ ଫାଇନାଲ ମୁକାବିଲା ହେବ । ୬୫ ବର୍ଷ ଫାଇନାଲରେ ଗୋପାଳ ପଣ୍ଡା ଓ ସନାତନ ହାତୀଙ୍କ ମଧ୍ୟରେ ଅନୁଷ୍ଠିତ ହେବ । ୧୫ ବର୍ଷ ବାଳିକା ଫାଇନାଲରେ ରିଚା ଅଗ୍ରୱାଲ ଆଲିସା ସାହୁଙ୍କୁ ଭେଟିବେ । ବରିଷ୍ଠ ବର୍ଗ ପୁରୁଷ ଡବଲ୍ସରେ ପିୟୁଷ ନାଗ ସାଥୀ ବିନୀତ ନାଏକ ଓ ନିଖିଲ ସୁନା ସାଥୀ ହିମାଂଶୁ ହାତୀଙ୍କ ସହ ଅନୁଷ୍ଠିତ ହେବ । ୬୦ବର୍ଷ ଭେଟରାନ ଡବଲ୍ସରେ ଡା. ବେଣୁଧର ପାଣ୍ଡେ ସାଥୀ ପ୍ରଦୀପ ସାହୁ ଓ ଗୋପାଳ ପଣ୍ଡା ସାଥୀ ସନାତନ ହାତୀଙ୍କ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ । ୫୦ ବୟସ ବର୍ଗ ସିଙ୍ଗିଲ୍ସ ଫାଇନାଲରେ ସଂଗ୍ରାମ ବେହେରାଙ୍କ ସହ ଡା. ଦୀପକ ବାରିକଙ୍କ ମଧ୍ୟରେ ମୁକାବିଲା ହେବ । ୫୫ ବର୍ଷ ବର୍ଗରେ ଡବଲ୍ସ ଖେଳାଳି ଡା. ବେଣୁଧର ପାଣ୍ଡେ ଓ ଘନଶ୍ୟାମ ମିଶ୍ର ଭେଟରାନ ଖେଳାଳି ସଂଗ୍ରାମ ବେହେରା ଓ ଡା. ଦୀପକ ବାରିକଙ୍କୁ ଭେଟିବେ । ୩୫ ବର୍ଷ ବର୍ଗରେ ଥବିର ସାହୁ ଓ ଶିବୁନ ରଥଙ୍କ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହେବ । ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ବର୍ତ୍ତମାନ ଲେବଲ-୩ ୟନେକ୍ସ ସନ୍ରାଇଜ ଜିଲ୍ଲା ବ୍ୟାଡ ମିଣ୍ଟନ ପ୍ରତିଯୋଗିତା ନୂଆକରି ବ୍ୟାଡମିଣ୍ଟନ ଖେଳୁଥିବା ସ୍କୁଲ ଖେଳାଳିମାନଙ୍କ ମଧ୍ୟରେ ଅନୁଷ୍ଠିତ ହେଉଛି ଆଜି ତାହାର ଫାଇନାଲ ଖେଳ ମଧ୍ୟ ଅନୁଷ୍ଠିତ ହେବ । ଏହି ଖେଳର ଉଦ୍ଦେଶ୍ୟ ହେଲା କେବେ ବ୍ୟାଡ଼ମିଣ୍ଟନ ଖେଳି ନ ଥିବା ଖେଳାଳିଙ୍କ ମଧ୍ୟରେ ଏହି ଖେଳ ପ୍ରତି ଉତ୍ସାହ ସୃଷ୍ଟି କରିବା । ଜିଲ୍ଲା ବ୍ୟାଡ଼ମିଣ୍ଟନ ସଂଘ ସଂପାଦକ ସୁରୁଲାଲ ମଟାରୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ହୋଉଥିବା ଏହି ପ୍ରତିଯୋଗିତା ପରିଚାଳନା ପାଇଁ ଜାତୀୟ ତଥା ରାଜ୍ୟ ସଂଘ ଦ୍ୱାରା ସ୍ୱୀକୃତିପ୍ରାପ୍ତ ରେଫରୀମାନେ ନିଯୁକ୍ତ ହୋଇଛନ୍ତି । ଖେଳର ସୁପରିଚାଳନା ପାଇଁ ଅନ୍ୟମାନଙ୍କ ସଂଘ ସଭାପତି ଗୋପାଳ ଚନ୍ଦ୍ର ପଣ୍ଡା, କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା, ଉପ-ସଭାପତି ଘନଶ୍ୟାମ ମିଶ୍ର, ଯୁଗ୍ମ ସଂପାଦକ ମାନସ ମହାନ୍ତି, ବରିଷ୍ଠ ଉପଦେଷ୍ଟା ବିରେନ୍ଦ୍ର ମିଶ୍ର, ଅନନ୍ତ ବେହେରା ପ୍ରମୁଖ ବିଭିନ୍ନ ବିଭାଗର ଦାୟିତ୍ୱରେ ଅଛନ୍ତି । ମୁଖ୍ୟ ରେଫରି ଭାବେ ଜାତୀୟ ଗ୍ରେଡ-୨ ରେଫରି ହେମନ୍ତ ପ୍ରଧାନ ଏବଂ ଡେପୁଟି ରେଫରୀ ଭାବେ ଚନ୍ଦ୍ର ଶେଖର ମିଶ୍ର ନିଯୁକ୍ତ ହୋଇଛନ୍ତି । ସଟଲ କଣ୍ଟ୍ରୋଲ ଭାବେ କାସିମ ଇକ୍ବାଲ, ପ୍ରକାଶ ସାହୁ, ରେଶନ ଜୈନ, ଆଶିଷ ଦର୍ଜୀ, ଫିଜିଓ ତଥା ଫାଷ୍ଟଏଡ୍ ବିଶେଷଜ୍ଞ ଭାବେ ରାମ ନାରାୟଣ ଦାଶ, ପ୍ରକାଶ ଛନ୍ଦ, ରଶ୍ମିରାଣୀ ଦାଶ ଯୋଗଦାନ କରିଛନ୍ତି । ୨୨ ତାରିଖ ପୂର୍ବାହ୍ନରୁ ସମସ୍ତ ବିଭାଗର ଫାଇନାଲ ପ୍ରତିଯୋଗିତା ଆରମ୍ଭ ହୋଇଯିବ ବୋଲି ଜିଲ୍ଲା ବ୍ୟାଡ଼ମିଣ୍ଟନ ସଂଘର ସାଧାରଣ ସଂପାଦକ ସୁରୁଲାଲ ମଟାରୀ ସୂଚନା ଦେଇଛନ୍ତି ।
