jsm

ସେଲ୍ ମେଡିକ୍ଲେମ୍ ଯୋଜନା ୨୦୨୬-୨୭ ନବୀକରଣ, ଗ୍ୟାପ୍ କେସ୍ ପୂର୍ବତନ କର୍ମଚାରୀଙ୍କୁ ମିଳିଲା ସୁଯୋଗ

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ସେଲ୍ ପକ୍ଷରୁ ମେଡିକ୍ଲେମ୍ ଯୋଜନା ୨୦୨୬-୨୭କୁ ଆଉ ଏକ ବର୍ଷ ପାଇଁ ନବୀକରଣ କରାଯାଇଛି । ଏହି ଯୋଜନା ୧୧ ଜୁଲାଇ ୨୦୨୬ ଠାରୁ ୧୦ ଜୁଲାଇ ୨୦୨୭ ପର୍ଯ୍ୟନ୍ତ ଲାଗୁ ରହିବ ଏବଂ ଏହାକୁ ଏମ୍/ଏସ୍ ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍ ସହିତ ନବୀକରଣ କରାଯାଇଛି । ଯୋଜନା ଅନୁଯାୟୀ ୭୦ ବର୍ଷରୁ କମ୍ ବୟସର ସଦସ୍ୟଙ୍କ ପାଇଁ ନବୀକରଣ ପ୍ରିମିୟମ୍ ୯,୬୦୯ ଟଙ୍କା, ୭୦ରୁ ୮୦ ବର୍ଷ ବୟସ ବର୍ଗ ପାଇଁ ୬,୪୨୮ ଟଙ୍କା ଏବଂ ୮୦ ବର୍ଷରୁ ଅଧିକ ବୟସର ସଦସ୍ୟଙ୍କ ପାଇଁ ମାତ୍ର ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଚଳିତ ବର୍ଷର ଯୋଜନାରେ ଏକ ବିଶେଷ ବ୍ୟବସ୍ଥା ଭାବେ ‘ଗ୍ୟାପ୍ କେସ୍’ ଅନ୍ତର୍ଗତ ଯୋଗ୍ୟ ପୂର୍ବତନ କର୍ମଚାରୀଙ୍କୁ ମଧ୍ୟ ସାମିଲ ହେବାର ସୁଯୋଗ ଦିଆଯାଇଛି । ଯେଉଁମାନେ ଅବସର ପରେ ମେଡିକ୍ଲେମ୍ ଯୋଜନାକୁ ନବୀକରଣ କରିନଥିଲେ କିମ୍ବା କେବେ ନାମଲେଖା କରିନଥିଲେ, ସେମାନେ ଯୋଗ୍ୟତା ମାନଦଣ୍ଡ ପୂରଣ କଲେ ଏହି ସୁବିଧାର ଲାଭ ଉଠାଇପାରିବେ । ଗ୍ୟାପ୍ କେସ୍ ଅନ୍ତର୍ଗତ ୭୦ ବର୍ଷରୁ କମ୍ ବୟସର ସଦସ୍ୟଙ୍କ ପାଇଁ ପ୍ରିମିୟମ୍ ୧୯,୨୧୮ ଟଙ୍କା, ୭୦ରୁ ୮୦ ବର୍ଷ ବୟସ ବର୍ଗ ପାଇଁ ୧୨,୮୫୬ ଟଙ୍କା ଏବଂ ୮୦ ବର୍ଷରୁ ଅଧିକ ବୟସର ସଦସ୍ୟଙ୍କ ପାଇଁ ମାତ୍ର ୧୦୦ ଟଙ୍କା ରହିଛି । ଏହାଛଡ଼ା ପଲିସି ଅବଧି ମଧ୍ୟରେ ଅବସର ଗ୍ରହଣ କରୁଥିବା କର୍ମଚାରୀ ଓ ସେମାନଙ୍କ ପତି କିମ୍ବା ପତ୍ନୀ ପ୍ରୋ-ରାଟା ପ୍ରିମିୟମ୍ ଦେଇ ନୂତନ ନାମଲେଖା କରିପାରିବେ । ବର୍ତ୍ତମାନର ନିୟମ ଅନୁଯାୟୀ ସୁପର ଟପ୍-ଅପ୍ ସୁବିଧା ମଧ୍ୟ ଜାରି ରହିବ । ସେଲ୍ ମେଡିକ୍ଲେମ୍ ଯୋଜନା ସମ୍ପର୍କିତ ସମସ୍ତ ବିସ୍ତୃତ ସୂଚନା ସେଲ୍ ୱେବସାଇଟ୍, ସମ୍ପର୍କ ୱେବସାଇଟ୍ ଓ ମେଡିକ୍ଲେମ୍ ପୋର୍ଟାଲରେ ଉପଲବ୍ଧ ରହିଛି । ଗ୍ୟାପ୍ କେସ୍ ଅନ୍ତର୍ଗତ ନାମଲେଖା କରିବାକୁ ଇଚ୍ଛୁକ ପୂର୍ବତନ କର୍ମଚାରୀମାନେ ଆବେଦନପତ୍ର ଡାଉନଲୋଡ୍ କରି ଆବଶ୍ୟକ ଦସ୍ତାବିଜ ସହିତ ଏଚ୍ଆର୍-ଇଆର୍ ଆଣ୍ଡ ସି ସେକ୍ସନ୍ କିମ୍ବା ମେଡିକ୍ଲେମ୍ କାର୍ଯ୍ୟାଳୟରେ ଜମା କରିପାରିବେ । ନବୀକରଣ ଓ ଗ୍ୟାପ୍ କେସ୍ ନାମଲେଖା ପାଇଁ ଶେଷ ତାରିଖ ୧୦ ଅଗଷ୍ଟ ୨୦୨୬ ନିର୍ଦ୍ଧାରିତ ହୋଇଛି ।

yuvodaya
Leave A Reply

Your email address will not be published.