
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଅଇଁଲାସାରୀ ପରିସରରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଧାନ ଶିକ୍ଷକ ନରେଶ ଦ୍ୱାରୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପୁଇଁନ୍ତଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ରତ୍ନମୟୀ ପୁରୋହିତ ମୁଖ୍ୟ ଅତିଥି, ପ୍ରକୃତି ବନ୍ଧୁ ତଥା ପଂଚାୟତ ଉଚ୍ଚ ବିଦ୍ୟାଳୟ ବନ୍ଧପଡାର ପ୍ରଧାନ ଶିକ୍ଷକ ଆନନ୍ଦ ବଡପଣ୍ଡା ବିଶେଷ ଅତିଥି, ପ୍ରକୃତିବନ୍ଧୁ ତଥା ବଲାଙ୍ଗିର ଯୁବ କୁଲତା ସମାଜ ସଭାପତି ଅସୀମ କୁମାର ଭୋଇ, ଅତ୍ୟତମ ଅତିଥି ଓ ସାଉନ୍ତପୁର ସିଆର୍ସିସି ବିକ୍ରମାଦିତ୍ୟ ସାହୁ ଅତିଥି ଭାବରେ ଯୋଗଦାନ କରିଥିଲେ । ସଭାରେ ମୁଖ୍ୟ ଅତିଥି ଶ୍ରୀମତୀ ପୁରୋହିତ ପ୍ରକୃତି ଓ ଛାତ୍ର ଜୀବନ, ଶ୍ରୀ ବଡପଣ୍ଡା ବୃକ୍ଷର ଉପଦେୟତା ଓ ଶ୍ରୀ ଭୋଇ ବନ ମହୋତ୍ସବର ଉପାଦେୟତା ବିଷୟରେ ବକ୍ତବ୍ୟ ରଖିବା ସହିତ ବୃକ୍ଷରୋପଣ ନିମିତ୍ତ ଚାରା ଯୋଗେଇବାରେ ସହାୟତା କରିଥିଲେ । ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ରିଙ୍କିଲ ସାହୁ ସଭା ପରିଚାଳନା ସହ ବନ ମହୋତ୍ସବ ପାଳନରେ ବିଦ୍ୟାଳୟର ସମସ୍ତ ଅତିଥି, ଶିକ୍ଷକ, ଶିିକ୍ଷୟିତ୍ରୀ, କର୍ମଚାରୀ ଅଭିଭାବକ ଓ ଛାତ୍ରଛାତ୍ରୀ ସାମିଲ ହେବା ସହ ସକ୍ରିୟ ସହଯୋଗ କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ ।

