
ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ମହାମାୟା ପବ୍ଲିକ ସ୍କୁଲ ପାଇକମାଲ ଠାରେ ବନ ମହୋତ୍ସବ ପାଳିତ ହେଇଯାଇଛି । ଏଠାରେ ମୁଖ୍ୟ ଅତିଥି ଭାବେ ରେଞ୍ଜ ଅଫିସର ହୃଦାନନ୍ଦ ମିଶ୍ର ଯୋଗଦାନ କରି ବୃକ୍ଷରୋପଣର ଉପକାରିତା ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇ କିପରି ଗ୍ରୀନ ଏବଂ କ୍ଲିନ ସମାଜ ଗଠନ ହୋଇ ପାରିବ ସେ ବିଷୟରେ ଅବଗତ କରାଇ ଥିଲେ । ତାଙ୍କ ସହିତ ଫରେଷ୍ଟର ରଜନୀକାନ୍ତ ବଢ଼େଇ ପାଇକମାଲ ଓ ଦିବାକର ପ୍ରଧାନ ଜାମସେଠ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ପ୍ରେରଣାପୁଷ୍ଟ କରାଇଥିଲେ । ଉକ୍ତ ଉତ୍ସବରେ ବିଭିନ୍ନ ଛାତ୍ରଛାତ୍ରୀଙ୍କ ଦ୍ୱାରା ବୃକ୍ଷରୋପଣକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ଗୋଟିଏ ଲେଖା ବୃକ୍ଷରୋପଣ କରି ନିଜ ନିଜ ବୃକ୍ଷକୁ ବଞ୍ଚାଇ ରଖିବା ପାଇଁ ସଂକଳ୍ପ ନେଇଥିଲେ । ଏଥିରେ ବିଦ୍ୟାଳୟର ଅଧକ୍ଷ ସୁଶାନ୍ତ ମହାନ୍ତି ସ୍ୱାଗତ ଭାଷଣ ରଖିଥିବା ବେଳେ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଯଶୋଦେବ ଭୁଏ, ବିନୁ ବେଶ୍ରା, ତ୍ରିଲୋଚନ ପ୍ରଧାନ, ଦୀନେଶ ଶତନାମୀ, ଦୀପକ ଶତନାମୀ, ବିଶ୍ୱଜିତ ଦାସ, ପ୍ରଶାନ୍ତ ହରିପାଲ, କର୍ଣ୍ଣିକା ପ୍ରଧାନ, ମଲ୍ଲୀକା କୁମ୍ଭାର, ସୁଭଦର୍ଶିନୀ ହୋତା, ରିତୁ ସାହୁ, ବିନୋଦିନୀ ସାହୁ, ସ୍ୱାଗତିକା ମହାନ୍ତି, କୌଶଲ୍ୟା ହରିପାଲ, ପୂଜା ପଣ୍ଡା, ଉଜାଲା ବରିହା ସହଯୋଗ କରିଥିବା ବେଳେ ସଂଯୋଜକ ଅକ୍ଷୟ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

