jsm

କୁର୍ଲୁବାହାଲ ମଧୁସୂଦନ ହୃଷିକେଶ ମେହେର ହାଇସ୍କୁଲରେ ବନ ମହୋତ୍ସବ ପାଳିତ

csstore

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଣାବାହାଲ ପଞ୍ଚାୟତ କୁର୍ଲୁବାହାଲ ଗ୍ରାମ ସ୍ଥିତ ମଧୁସୂଦନ ହୃଷିକେଶ ମେହେର ହାଇସ୍କୁଲଠାରେ ୭୭ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଭାରତ ସ୍କାଉଟ ଓ ଗାଇଡ ପକ୍ଷରୁ ଗଛ ଲଗାଅ, ପରିବେଶ ବଞ୍ଚାଅ ଓ ମା’ ପାଇଁ ଗଛଟିଏ ସ୍ଲୋଗାନ ଦେଇ ହାଇସ୍କୁଲ ପରିସରରେ ଶତାଧିକ ବିଭିନ୍ନ ବୃକ୍ଷରୋପଣ କରାଯାଇଥିଲା । ଏହି ଅବସରରେ ସ୍କୁଲର ପ୍ରତିଷ୍ଠାତା ହୃଷିକେଶ ମେହେର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୋଦଣ୍ଡଧର ଭୋଇ, ଫରେଷ୍ଟର ହୃଷିକେଶ ଭୋଇ, ହାଇସ୍କୁଲ ପ୍ରଧାନଶିକ୍ଷକ ରଘୁନାଥ ଗିରି, ଡିଓସି ସ୍କାଉଟ ବିନୋଦ ମହାପାତ୍ର, ଫରେଷ୍ଟଗାର୍ଡ, ସ୍କୁଲର ଶିକ୍ଷକ କ୍ଷମାନିଧି ପୁଟେଲ, ଚକ୍ରଧର ସାହୁ, ନରେନ୍ଦ୍ର ମେହେର, ଯଶୋବନ୍ତ ସାହୁ ଓ ସ୍କୁଲର ସ୍କାଉଟ ଓ ଗାଇଡ ତଥା ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.