jayashree

ଷାଠିଏ ଘର ଡୁମାଲ ସମାଜର ସାଧାରଣ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଘସିଏନ ନିକଟସ୍ଥ କୁତୁଲ୍ଲା ଗ୍ରାମ ଠାରେ ଷାଠିଏ ଘର ଡୁମାଲ ସମାଜର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । କୁତୁଲ୍ଲା ମାହେଶ୍ୱରୀ ପୀଠରେ ଗୋକୁଳ ପର୍ଡିଆ (ଗୌନ୍ତ୍ୟା)ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ ମୁଖ୍ୟ ଅତିଥି ବରିଷ୍ଠ ଆଇନଜୀବୀ ଜଗନ୍ନାଥ କରନ, ପ୍ରକାଶ ଚନ୍ଦ୍ର ମେର୍ଲି, ରମାକାନ୍ତ ପଧାନ, ତୀର୍ଥ ପଧାନ, ଇଶ୍ୱର କରନ, ବଜରଙ୍ଗ ଅମାତ, ଗୁରୁଦେବ କର୍ମୀ, ବୃଷଭ ଦନ୍ତା, ଅରବିନ୍ଦ ପଧାନ, କୁଞ୍ଚୁ ମେର୍ଲି ତଥା ଜାଳପାଲି କେନ୍ଦ୍ର ଓ ଜିଲ୍ଲାର ବିଭିନ୍ନ ଗ୍ରାମରୁ ଷାଠିଏ (୬୦) ଘର ଡୁମାଲ ସମାଜର ଜାତିଭାଇମାନେ ଉପସ୍ଥିତ ରହିବା ସହ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଉକ୍ତ ସଭାରେ ଜାଳପାଲି କେନ୍ଦ୍ରର ସଭାପତି ଭାବେ ଗୋପାଳ ମହାକୁର ଓ ସମ୍ପାଦକ ଭାବେ ରୋହିତ ପର୍ଡିଆଙ୍କୁ ଚୟନ କରାଯାଇଥିଲା । ଶେଷରେ ସମାଜର ସାମାଜିକ, ଅର୍ଥନୈତିକ ଓ ଶିକ୍ଷାଗତ ଉନ୍ନତି ପାଇଁ ଆଲୋଚନା କରାଯାଇଥିଲା ।

Leave A Reply

Your email address will not be published.